www.samajalive.in
Sunday, December 7, 2025
14.1 C
Bhubaneswar

ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଇକୁ ଖସିଲା ଟ୍ୟାଙ୍କର

ଲାଞ୍ଜିଗଡ଼: ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରିଘାଟିରେ ଅଚଳ ହୋଇ ରହିଥିବା ଏକ ଟ୍ୟାଙ୍କର ପଛୁଆ ଗଡ଼ିଯାଇ ରାସ୍ତାକଡ଼ ଏକ ଖାଇରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ ଓ ତାଙ୍କ ସହଯୋଗୀ। ଟ୍ୟାଙ୍କରଟି ରାସ୍ତାକଡ଼ ଦେଇ ଯାଇଥିବା ବିଦ୍ୟୁତ ତାର ଓ ଖୁଣ୍ଟ ଉପରେ ପଡ଼ିଯିବାରୁ କିଡିଙ୍ଗ, କାଉଗୁଡ଼ା, ମାଣିବନ୍ଧା ଓ ସିକେରକୁପାକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏ ସଂପର୍କରେ ଖବର ପାଇ ସିକେରକୁପା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଆଜି ସକାଳେ ରାୟପୁରରୁ ବିଶାଖାପାଟଣା ଯାଉଥିବା ଟ୍ୟାଙ୍କରଟି ବଞ୍ଜାରିଘାଟି ଚଢ଼ୁଥିବାବେଳେ ଅଚଳ ହୋଇପଡ଼ିଥିଲା। ଫଳରେ ଟ୍ୟାଙ୍କରଟିର ପଛଚକରେ ପଥର ଦେଇ ତାକୁ ଅଟକାଇ ରଖାଯାଇଥିଲା। କିନ୍ତୁ ପଛୁଆ ଗଡ଼ାଣି ଥିବାରୁ ଦିନ ପ୍ରାୟ ୨.୩୦ ସମୟରେ ଟ୍ୟାଙ୍କର ଚକୁ ପଛରୁ ପଥର ଖସି ପଛୁଆ ଗଡ଼ିଯାଇ ରାସ୍ତାକଡ଼ରେ ଥିବା ଖାଇରେ ପଡ଼ିଯାଇଥିଲା। ଏଥିରେ ଚାଳକ ଓ ସହଯୋଗୀଙ୍କ ବିଶେଷ କ୍ଷତି ହୋଇନଥିବା ବେଳେ ଟ୍ୟାଙ୍କରଟି ଓଲଟି ପଡ଼ିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories