www.samajalive.in
Tuesday, December 9, 2025
26.1 C
Bhubaneswar

ଅନୁକରଣ କରନି; ଅନନ୍ୟ ହୁଅ: ରାଜ୍ୟପାଳ

ଭୁବନେଶ୍ୱର: ଅନ୍ୟକୁ ଅନୁକରଣ ନ କରି ଅନ୍ୟମାନଙ୍କ ପାଇଁ ଅନନ୍ୟ ଉଦାହରଣ ହୁଅ। ଅଜ୍ଞତା, ଛଳନା, ଦୁର୍ନୀତି, ଭ୍ରଷ୍ଟାଚାର ଓ ଅସହିଷ୍ଣୁତାଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହି ନିଜକୁ ଗଢି ତୋଳିବାକୁ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପରାମର୍ଶ ଦେଇଛନ୍ତି। ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟର ୧୪ଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ପ୍ରଫେସର ଶ୍ରୀ ଲାଲ୍‍ ସବୁବେଳେ ଦୟାଶୀଳ ଓ ଅନ୍ୟମାନଙ୍କ ହୃଦୟରେ ସ୍ନେହ ଭରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେ କହିଲେ, ଭାରତ କେବଳ ଯେ ଭୂମି, ନଦୀ, ପର୍ବତ ଏବଂ ସୌନ୍ଦର୍ଯ୍ୟର ଭୂମି ନୁହେଁ- ସେ ହେଉଛନ୍ତି ଜଣେ ଦେବୀ। ଭାରତ ମଧ୍ୟରେ ଓଡ଼ିଶା ହେଉଛି ମାନବିକତାର ରାଜ୍ୟ। ଏହି ମାଟିର ସନ୍ତାନ ଅଚ୍ୟୁତ ସାମନ୍ତ କିଟ୍‍ ଓ କିସ୍‍ ଭଳି ସୁନ୍ଦର ଅନୁଷ୍ଠାନ ଜରିଆରେ ସମାଜରେ ଯେଉଁମାନେ ସ୍ନେହ ପାଇବାରୁ ବଞ୍ଚିତ ଥିଲେ, ସେହିମାନଙ୍କ ହୃଦୟରେ ସ୍ନେହ ଭରିଦେଇଛନ୍ତି।
ଏହି ଅବସରରେ ୱାଲ୍‍ର୍ଡ ଆକାଡେମୀ ଅଫ୍‍ ଆର୍ଟ୍‍ସ ଆଣ୍ଡ କଲ୍‍ଚର୍‍ର ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ, ସୁଇଜରଲାଣ୍ଡ ସାଂସଦ ନିକଲାସ ସାମୁଏଲ୍‍ ଗଗର୍‍, ବ୍ରିଟେନ୍‍ ଜୁଡ଼ିସିଆରୀ ଆପଏଣ୍ଟମେଣ୍ଟ କମିଶନ୍‍ର ଚେୟାରପର୍ସନର ବାରୋନେସ୍‍ ଉଷାକୁମାରୀ ପ୍ରସାର, ଆଧ୍ୟାତ୍ମିକ ଗୁରୁ ପ୍ରଭୁ ଗୌର ଗୋପାଳ ଦାସ, ବିଶିଷ୍ଟ ଚଳଚିତ୍ର ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ କବୀର ବେଦୀ, ଇମ୍ଫାଲ୍‍ସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ବାୟୋରିସୋର୍ସେସ୍‍ ଆଣ୍ଡ ସଷ୍ଟେନେବଲ୍‍ ଡେଭେଲପ୍‍ମେଣ୍ଟ (ଆଇବିଏସ୍‍ଡି)ର ନିର୍ଦ୍ଦେଶକ ପ୍ରଫେସର ଦୀନବନ୍ଧୁ ସାହୁ, ଢାକାସ୍ଥିତ ଡେଫୋଡ଼ିଲ୍‍ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ମହମ୍ମଦ ସବୁର ଖାନ୍‍ ପ୍ରମୁଖଙ୍କୁ ସମ୍ମାନ ସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଉତ୍ସବର ସମସ୍ତ ଅତିଥିଗଣ କିଟ୍‌ ଓ କିସ୍‌ର ପ୍ରଶଂସା କରିବା ସହ ଏଠାରେ ଶିକ୍ଷାର୍ଜନ କରୁଥିବା ଛାତ୍ରଛାତ୍ରୀମାନେ ନିଜକୁ ଧନ୍ୟ ମନେକରିବା ଉଚିତ ବୋଲି କହିଥିଲେ। ପ୍ରଫେସର ସାହୁଙ୍କ ଜନ୍ମମାଟି ଓଡ଼ିଶାର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ଲାଗି ସମ୍ମାନୀତ କରୁଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେକରିବା ସହ ଏହି ସମ୍ମାନ ସମସ୍ତ ଓଡ଼ିଆଙ୍କୁ ଉତ୍ସର୍ଗ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିବା ବେଳେ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ କିଟ୍‍ ବିଶ୍ୱବିଦ୍ୟାଳୟର ୫୬୯୫ଜଣ ସ୍ନାତକ ଓ ସ୍ନାତକୋତ୍ତରଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୭୭ ଜଣଙ୍କୁ ବିଭିନ୍ନ ବିଭାଗରେ ପିଏଚ୍‍ଡି ଦିଆଯାଇଥିଲା। ଏମ୍‍ବିବିଏସ୍‍ ଛାତ୍ର କରନ ଖଣ୍ଡେଲ୍‍ୱାଲ୍‍, ଏମ୍‍ଟେକ୍‍ ଛାତ୍ର ପ୍ରୀତମ୍‍ ସାମନ୍ତରାୟ ଓ ବିଟେକ୍‍ ଛାତ୍ର ନିର୍ମଳ ପାଣ୍ଡେଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ ଓ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ୨୦ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ, ୨୧ଜଣଙ୍କୁ କୁଳପତି ରୌପ୍ୟ ପଦକ, ପ୍ରଦ୍ୟୁମ୍ନ ବଳ ସ୍ମୃତି ସ୍ୱର୍ଣ୍ଣ ପଦକ, ପିପିଏଲ୍‍ ସ୍ୱର୍ଣ୍ଣ ପଦକ ଏବଂ ନନିବାଳା ସ୍ମୃତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀ ସାମନ୍ତ ଅନୁପସ୍ଥିତ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories