www.samajalive.in
Monday, December 15, 2025
24.1 C
Bhubaneswar

ମହିଳା ଓ ଶିଶୁବିକାଶ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମହିଳା ଓ ଶିଶୁବିକାଶ ବିଭାଗ କାର୍ଯ୍ୟକ୍ରମର ଆଜି ସମୀକ୍ଷା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ବାସନ୍ତି ହେମ୍ଭ୍ରମ୍‌‌ ବିଭାଗର ସଫଳତା ସମ୍ପର୍କରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ। ଫାଇଭ୍‌‌-ଟିର ମୂଳମନ୍ତ୍ରକୁ ଆଧାର କରି ମମତା ହିତାଧିକାରୀଙ୍କ ପଞ୍ଜୀକରଣ ଏବଂ ସଠିକ୍‌‌ ସମୟରେ ପ୍ରାପ୍ୟ ରାଶି ପ୍ରଦାନ ପାଇଁ ଇ-ମମତା ୨.୦ ଏକ ମୋବାଇଲ ଆପ୍‌‌ ଆରମ୍ଭ କରାଯାଇଛି। କୋଭିଡ୍‌‌-୧୯ରେ ମୃତ୍ୟୁବରଣ କରିଥିବା ପିତାମାତାଙ୍କ ଅନାଥ ପିଲାମାନଙ୍କ ପାଇଁ ଆଶୀର୍ବାଦ ଯୋଜନାରେ ବିଶେଷ ଯତ୍ନ ନିଆଯାଉଛି।

ରାଜ୍ୟବ୍ୟାପୀ ଅଙ୍ଗନୱାଡୀ କର୍ମୀ ଏବଂ ସହାୟିକାମାନଙ୍କୁ ଠିକ୍‌‌ ସମୟରେ ଭତ୍ତା ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ ଇ-ମାନଦେୟ ପୋର୍ଟାଲ ବିକଶିତ କରାଯାଇଛି। ୨୦୨୨ ନଭେମ୍ବର ମାସରୁ ରାଜ୍ୟର ସମସ୍ତ ଜିଲ୍ଲାରେ ପୂର୍ଣ୍ଣ ଆହାର ବା ଗୋଷ୍ଠିଭିତ୍ତିକ କୁ-ପୋଷଣକୁ ଦୂର କରିବା ପାଇଁ କାର୍ଯ୍ୟକାରୀ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories