ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଓ ଯୁବସେବା ବିଭାଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ୨୦୧୮ ଓ ୨୦୨୩ରେ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର କ୍ରମାଗତ ସଂସ୍କରଣ ସଫଳତାର ସହ ଆୟୋଜନ କରି ହକିର ବିଶ୍ୱସ୍ତରୀୟ ହବ୍ ଭାବେ ଓଡ଼ିଶା ପ୍ରତିଷ୍ଠିତ ହୋଇଛି। କଳିଙ୍ଗ ଓ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଶ୍ରେଷ୍ଠ ହକି ଷ୍ଟାଡିୟମ୍ ଭାବେ ମାନ୍ୟତା ଲାଭ କରିଛି। ସେ କହିଛନ୍ତି, କର୍ପୋରେଟ୍ ଏବଂ ବିଶିଷ୍ଟ କ୍ରୀଡାବିତ୍ମାନଙ୍କୁ ନେଇ କ୍ରୀଡା ବିଭାଗରେ ହାଇ ପରଫରମାନ୍ସ ସେଣ୍ଟର ଆରମ୍ଭ କରାଯିବା ସହ ଅନନ୍ୟ ଭାଗୀଦାରି ମଡେଲ ଓଡ଼ିଶା ଆପଣେଇଛି।
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା – ହକିର ବିଶ୍ୱସ୍ତରୀୟ ହବ୍ ଭାବେ ଓଡ଼ିଶା ପ୍ରତିଷ୍ଠିତ ହୋଇଛି
Popular Categories



