www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରକ ସହିତ କେନ୍ଦୁପତ୍ର ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଧନୁପାଲି ମହାବୀର ପଡ଼ା ନିକଟରେ ବେଆଇନ ଭାବରେ ଚୋରାଚାଲାଣ ହେଉଥିବା ଏକ ଟ୍ରକ ସହ ବିପୁଲ ପରିମାଣର କେନ୍ଦୁପତ୍ର ବନବିଭାଗ ଜବତ କରିଛି। ସୁଚନା ଅନୁସାରେ ଏକ ଟ୍ରକରେ ବେଆଇନ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ସୁଚନା ପାଇଁ ବନବିଭାଗ ଟ୍ରକକୁ ପିଛା କରି ସମ୍ବଲପୁର ଧନୁପାଲି ମହାବୀର ପଡ଼ା ନିକଟରେ ଟ୍ରକକୁ ଜବତ କରିବା ସହ କେନ୍ଦୁପତ୍ର ଗୁଡ଼ିକୁ ମଧ୍ୟ ଜବତ କରିଥିଲା। ତେବେ ଏହି କେନ୍ଦୁପତ୍ରଟି ମୋଚିବାହାଲ ନିକଟରୁ ଲୋଡ କରାଯାଇ ଚୋରା ଚାଲାଣ କରାଯାଉଥିବା ସୂଚନା ପାଇବା ପରେ ବନବିଭାଗ ଟ୍ରକକୁ ଧରିବା ପାଇଁ ପାଖାପାଖି ୫୦ କିମି ଦୂର ପିଛା କରି ସମ୍ବଲପୁର ଧନୁପାଲି ମହାବୀର ପଡ଼ା ନିକଟରେ ଟ୍ରକକୁ ଜବତ କରିଥିଲା। ଏହି ଘଟଣାରେ ବନବିଭାଗ ଟ୍ରକ୍ ମଧ୍ୟରେ ୧୫୮୪ ବିଡାରେ ଥିବା ୭୭.୯୦ କୁଇଣ୍ଟାଲ କେନ୍ଦୁପତ୍ର ଜବତ କରିଛି। ଏ ସମ୍ପର୍କରେ ମୋଚିବାହାଲର ଟଙ୍କଧର ନାଗ (୧୯) ଓ ଭିମସେନ ଠେଲା (୨୫) ୨ ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ବନବିଭାଗ ପକ୍ଷରୁ ସୁଚନା ମିଳିଛି। ଜବତ ହୋଇଥିବା କେନ୍ଦୁପତ୍ର ଓ ଗାଡିର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories