www.samajalive.in
Monday, December 15, 2025
27.1 C
Bhubaneswar

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅନାଥାଶ୍ରମର ଦୁଇ ଅନ୍ତେବାସୀ

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ କେଉଁଟଡିହିରେ ଥିବା ସହାୟତା ବୃଦ୍ଧାଶ୍ରମ ଏକଦା ବାଳାଶ୍ରମ ଥିଲା। ସେ ସମୟରେ ବାଳାଶ୍ରମରେ ଲାଳନପାଳନ ହୋଇ ଏବେ ପ୍ରାପ୍ତ ବୟସ୍କ ଓ ସ୍ବାବଲମ୍ବୀ ହୋଇ ଥିବା ଦୁଇ ଅନ୍ତେବାସୀ ଗଣେଶ ଓ ସୁରଭି ଆଜି ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବୃଦ୍ଧାଶ୍ରମ ପରିଚାଳନା କମିଟୀର ସହଯୋଗରେ ଆଜି ଆୟୋଜିତ ହୋଇଥିବା ବିବାହ ଉତ୍ସବରେ ଅଞ୍ଚଳର ବହୁ ଜନସାଧାରଣ ଯୋଗ ଦେଇ ନବ ଦମ୍ପତ୍ତିଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ। ଆଶ୍ରମର ପ୍ରତିଷ୍ଠାତା ଶଶିଭୂଷଣ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବିବାହ କାର୍ୟ୍ୟକ୍ରମ ରେ ପରିଚାଳନା କମିଟି ର କୋଷାଧ୍ୟକ୍ଷ ଗୋବର୍ଦ୍ଧନ ବାରିକ ଓ ତାଙ୍କ ଧର୍ମପତ୍ନୀ ପଙ୍କଜୀନୀ ବାରିକ କନ୍ୟା ପକ୍ଷ ର କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ। ଏବଂ ପରିଚାଳନା କମିଟିର ସମ୍ପାଦକ ଯତୀନ୍ଦ୍ର କୁମାର ସାହୁ ଓ ତାଙ୍କର ଧର୍ମ ପତ୍ନୀ ସଂଯୁକ୍ତା ସାହୁ ବର ପକ୍ଷର କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ। ସଞ୍ଜିବ କୁମାର ମିଶ୍ର ପୂଜକ ଦାୟିତ୍ବ ସମ୍ପାଦନ କରିଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories