ମେଗା ପାନୀୟଜଳ ପ୍ରକଳ୍ପରେ ଗଞ୍ଜାମ ବ୍ଲକର ୩ ପଞ୍ଚାୟତ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ

ଗଞ୍ଜାମ: ରାଜ୍ୟ ସରକାରଙ୍କ ୨୦୧୮ରୁ ଆରମ୍ଭ ହୋଇଥିବା ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବସୁଧା ଯୋଜନାରୁ ବାଦ ପଡିଥିଲା ତିନୋଟି ପଂଚାୟତ। ବର୍ତମାନ ଗଞ୍ଜାମ ବ୍ଲକର ସେହି ତିନୋଟି ପଂଚାୟତ ମେଗା ପାନୀୟ ଜଳ ପ୍ରକଳ୍ପରେ ସାମିଲ ପାଇଁ କ୍ୟାବିନେଟରେ ମଞ୍ଜୁରୀ ହୋଇଛି। ଫଳରେ ଏହାକୁ ନେଇ ସେହି ସବୁ ଅଞ୍ଚଳରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଏନେଇ ମଙ୍ଗଳବାର ଦିନ ଲୋକମାନେ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.