www.samajalive.in
Sunday, December 14, 2025
23.1 C
Bhubaneswar

ମନରେଗା କାମରେ ମଣିଷ ବଦଳରେ କାମ କରୁଛି ମେସିନ

ବୌଦ୍ଧ: ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ମଣିଷ ବଦଳରେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ କାମ ହେଉଥିବା ଦେଖିବାକୁ ମିଳୁଛି। ବୌଦ୍ଧ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ପଞ୍ଚାୟତର ବ୍ରାହ୍ମଣୀପାଲି ଓ ଖଲିଆପାଲି, ଟିକରପଡ଼ା ଗ୍ରାମପଂଚାୟତର ବୁରଗୋରା, ବହଲପଡ଼ା ପୋଖରୀ ଖନନ, ମାଲିକପଦାରୁ ଦମଣ୍ଡା ରାସ୍ତା ଓ ସେହିପରି ବଘିଆପଡା ଗ୍ରାମ ପଞ୍ଚାୟତ ଅନତର୍ଗତ ଖୁଟିଆ ପଡା ଠାରେ ପୋଖରି ଖନନ ଓ ଗୁଛା ପଡା ଠାରୁ ଝାଙ୍କର ପଡ଼ ରାସ୍ତା କାମ ବିନା ସୂଚନା ଫଳକରେ ହେଉଥିବା ଦେଖିବାକୁ ମିଳୁଛି। ରାତି ଦିନ ମେସିନ୍ ସାହାଯ୍ୟରେ କାମ ହେଉଥିବା ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଅନ୍ୟ ପଟେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମନରେଗା କାମରେ ମେସିନ୍ ବ୍ୟବହାର ତୁରନ୍ତ ବନ୍ଦ କରିବା ସହ ବିଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କେହି ପାଳନ କରୁନଥିବା ଜଣାପଡିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories