www.samajalive.in
Monday, December 15, 2025
24.1 C
Bhubaneswar

ସଂସଦ ଭବନକୁ ପ୍ରଶଂସା ; ଶାହାରୁଖଙ୍କୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ : ନୂଆ ସଂସଦ ଭବନକୁ ପ୍ରଶଂସା କରିଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କୁ ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ନେତା ତଥା ଉତ୍ତରପ୍ରଦେଶ କଂଗ୍ରେସର ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ପାନଖୁରୀ ପାଠକ କହିଛନ୍ତି ଯେ ଶାହାରୁଖ ଆଉ ଏବେ କିଙ୍ଗ ଖାଁ ହୋଇ ରହିନାହାନ୍ତି। ଏଥିପାଇଁ ଆମେ ଦୁଃଖିତ। ଶାହାରୁଖ ନୂଆ ସଂସଦ ଭବନକୁ ପ୍ରଶଂସା କରି ନିଜର ପ୍ରଶଂସକଙ୍କ ମୁଣ୍ଡ ତଳକୁ କରିଦେଇଛନ୍ତି। ଶାହାରୁଖଙ୍କ ଅସୁବିଧା ସମୟରେ ଯେଉଁମାନେ ତାଙ୍କ ପାଇଁ ସ୍ବର ଉଠାଇଥିଲେ ସେମାନଙ୍କ ମୁଣ୍ଡ ଆଜି ତଳକୁ ହୋଇଯାଇଛି। ରବିବାର ଶାହାରୁଖ ତାଙ୍କ ଟ୍ବିଟରରେ ଏକ ଭିଡିଓ ସେୟାର କରି ନୂଆ ସଂସଦ ଭବନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଶାହାରୁଖ କହିଛନ୍ତି ଯେ ସଂସଦ ହେଉଛି ଦେଶର ଆତ୍ମା। ମୋର ପ୍ରାର୍ଥନା ଦେଶର ଆତ୍ମା ଏହାର ନୂଆ ଗୃହ ମଧ୍ୟରେ ଅଧିକ ଶକ୍ତିଶାଳୀ ହେବ। ଏହା ଦେଶବାସୀଙ୍କୁ ସ୍ବାଧୀନତା, ସମାନତା, ଭ୍ରାତୃତ୍ବ ଭାବ ପ୍ରଦାନ କରିବ। ଶାହାରୁଖଙ୍କ ସହିତ ବଲିଉଡ ଅଭିନେତା ଅକ୍ଷୟ କୁମାର, ରଜନୀକାନ୍ତ ପ୍ରମୁଖ ନୂଆ ସଂସଦ ଭବନକୁ ପ୍ରଶଂସା କରିଛନ୍ତି। ଏପରି ପ୍ରଶଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ ଅଭିନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories