www.samajalive.in
Monday, December 8, 2025
27.1 C
Bhubaneswar

ମଣିପୁରରେ ୪୦ ଆତଙ୍କବାଦୀ ନିପାତ

ଇମ୍ଫାଲ : ଚଳିତ ମାସ ପ୍ରାରମ୍ଭରେ ମଣିପୁର ନିକଟରେ ଘଟିଥିବା ହିଂସାକାଣ୍ଡକୁ ନେଇ ରବିବାର ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୪୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ନିକଟରେ ହୋଇଥିବା ଜାତିଆଣ ହିଂସା ସମୟରେ ସଶସ୍ତ୍ର କୁକି ଆଦିବାସୀମାନେ ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରିଥିଲେ। ​‌ହିଂସାକାରୀ କୁକି ଆଦିବାସୀଙ୍କୁ ଗିରଫ କରିବା ଲାଗି ସୁରକ୍ଷାବାହିନୀ ପକ୍ଷରୁ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ଚଢଉ ସମୟରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷରେ ୩୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଅନ୍ୟ କେତେକଙ୍କୁ ଗିରଫ କରାଯାଇଛି। ଆଜିର ଚଢଉରେ ସେନାର ଜାଠ ରେଜିମେଣ୍ଟକୁ ସାମିଲ କରାଯାଇଥିଲା। ଅଭିଯାନ ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ମୋର୍ଟାର ମାଡ କରାଯାଇଥିଲା। ଏହା ସହିତ ସେମାନଙ୍କ ଠାରୁ ଏମ୍ ୧୬ ରାଇଫଲ, ଏକେ -୪୭ ଓ ସ୍ନାଇପର ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୂଚନା ଅନୁଯାୟୀ ଶନିବାର ରାତିରେ ଆତଙ୍କବାଦୀମାନେ ଇମ୍ଫାଲ ଉପତ୍ୟକା ଓ ଏହାର ଆଖପାଖ ୫ଟି ଅଞ୍ଚଳରେ ଆକ୍ରମଣ କରିଥିଲେ। ଚଳିତମାସ ପ୍ରଥମ ସପ୍ତାହରେ ନାଗାଲାଣ୍ଡର ମୈତେଇ ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ନେଇ ସରକାରଙ୍କ ପଦକ୍ଷେପକୁ ବିରୋଧ କରି କୁକି ଓ ନାଗା ସମ୍ପ୍ରଦାୟ ପକ୍ଷରୁ ହିଂସାକାଣ୍ଡ ଘଟାଯାଇଥିଲା। ଏହି ହିଂସାରେ ୭୦ଜଣଙ୍କର ମୃତ୍ୟୁ ହୋଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories