www.samajalive.in
Monday, December 8, 2025
14.1 C
Bhubaneswar

‘ବିତରକଙ୍କ ବିନା ସମ୍ବାଦପତ୍ର ଶିଳ୍ପର ସ୍ଥିତି ନାହିଁ ’

କଟକ  : ସମ୍ବାଦପତ୍ର ଜଗତରେ ବିତରକ ହେଉଛନ୍ତି ମୁଖ୍ୟ। ଖରା, ବର୍ଷା, ଶୀତକୁ ଭ୍ରୂକ୍ଷେପ ନ କରି କର୍ତ୍ତବ୍ୟ ସମ୍ପାଦନ କରିଚାଲିଛନ୍ତି। ଖବରକାଗଜ ଶିଳ୍ପ ବିତରକଙ୍କ ବିନା ସହାୟତାରେ ସମୃଦ୍ଧି ଲାଭ କରିପାରିବ ନାହିଁ ବୋଲି ସମ୍ବାଦପତ୍ର ବିକ୍ରେତା ସଂଘ କଟକ ପ୍ରତିଷ୍ଠାର ୫୫ତମ ବାର୍ଷିକ ସମାରୋହରେ ଯୋଗଦେଇ ‘ସମାଜ’ର ସମ୍ପାଦକ ନିରଞ୍ଜନ ରଥ ମତପ୍ରକାଶ କରିଛନ୍ତି।
ବାରବାଟୀ ଷ୍ଟାଡିୟମ୍‌ସ୍ଥିତ କ୍ଲବ ହାଉସ୍‌ଠାରେ ରବିବାର ସନ୍ଧ୍ୟାରେ ସଂଘର ସଭାପତି ବିଜୟ କୁମାର ପଢ଼ିହାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ରଥ ଉଦ୍‌ଘାଟକ ଭାବେ ଯୋଗଦେଇ ମହାଭାରତ ଯୁଦ୍ଧର ଉଦାହରଣ ଦେଇ କହିଲେ ବେଲାଳ​‌େ​‌ସନ ଶ୍ରୀକୃଷ୍ଣଙ୍କୁ କହିଥିଲେ ଯେ ଯୁଦ୍ଧରେ ସୁଦର୍ଶନ ଚକ୍ର ହିଁ ଶତ୍ରୁଙ୍କୁ ବଧ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ସମସ୍ତେ ଜାଣନ୍ତି ପଞ୍ଚୁପାଣ୍ଡବ ଲଢ଼େଇ କରି ବଧ କଲେ। ଏକ ଖବରକାଗଜ ଶିଳ୍ପରେ ପ୍ରକୃତରେ ଯିଏ କାମ କରୁଛି, ଯିଏ ସମ୍ବାଦପତ୍ରକୁ ଲୋକମାନଙ୍କ ପାଖରେ ପହଞ୍ଚାଉଛି ସିଏ ହେଉଛନ୍ତି ବିତରକ। ବିଭିନ୍ନ ଖବରକାଗଜର ମାଲିକ ଅଛନ୍ତି; କିନ୍ତୁ ଗୋପବନ୍ଧୁଙ୍କ ଖବରକାଗଜ ‘ସମାଜ’ର ମାଲିକ ହେଉଛନ୍ତି ଓଡ଼ିଶାବାସୀ। ବିତରକଙ୍କୁ ‘ସମାଜ’ ସର୍ବଦା ସହଯୋଗ କରିଆସିଛି ଓ ଆଗାମୀ ଦିନରେ ସହଯୋଗ ଯୋଗାଇବାରେ କେବେ ଅବହେଳା କରିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ମେୟର ସୁବାସ ସିଂହ, ସ୍ଥାନୀୟ ବିଧାୟକ ଇଂ ମହମ୍ମଦ ମୋକିମ କହିଲେ, ଡିଜିଟାଲ ଯୁଗରେ ଆଜି ବି ସମ୍ବାଦପତ୍ର ତା’ର ସ୍ଥାନ ବଜାୟ ରଖିଛି। ଏକ୍ଷେତ୍ରରେ ‘ସମାଜ’ର ଭୂମିକା ଅବର୍ଣ୍ଣନୀୟ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କର୍ପୋରେଟର ଏ. ଶ୍ରୀଦେବୀ ଓ କର୍ପୋରେଟର ରୋଜାଲିନ ରାଉତ ଯୋଗଦେଇଥିଲେ।
ଏଥିରେ ସଂଘର ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ଦାଶ ବିବରଣୀ ପାଠ କରିଥିଲେ। ଚଳିତ ମାଟ୍ରିକ୍‌ ପରୀକ୍ଷାରେ କଟକ ସହରରୁ ଶ୍ରେଷ୍ଠ ବିବେଚିତ ପ୍ରତିଭାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବାଦାମବାଡ଼ି ସମ୍ବାଦପତ୍ର ସଂଘ, ସିଡିଏ ପଏଣ୍ଟ, ନୂଆବଜାର ପଏଣ୍ଟ, ଭୁବନେଶ୍ବର ବିତରକ ସଂଘର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଞ୍ଜୟ ପରିଜା ସଭା ସଂଯୋଜନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories