www.samajalive.in
Thursday, December 11, 2025
23.1 C
Bhubaneswar

ସୋମବାର ରାଶିଫଳ (୨୯.୦୫.୨୦୨୩)

ମେଷ : ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବାର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ : ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ତାହା କ୍ଷଣସ୍ଥାୟୀ ହେବ। ମାନସିକ ଅଶାନ୍ତି ଦୂର ହେବ। ପର ଧନରେ ଧନୀ ହୋଇପାରନ୍ତି।

ମିଥୁନ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ପାରିବାରିକ ସୁଖ ଅଛି।

କର୍କଟ : ବାଣିଜ୍ୟ କାରବାର ଲାଭଦାୟକ ହେବ। ବିବିଧ ଧନଯୁକ୍ତ ହେବା ଆଶା କରାଯାଏ। ମତିଜ୍ଞ ହେବେ। ତ୍ୟାଗଶୀଳ ହୋଇପାରନ୍ତି । ଚଞ୍ଚଳମନା ହେବେ। ଅଳ୍ପକେ ସନ୍ତୁଷ୍ଟ ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ।

ସିଂହ : ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁ ସହାୟତା ମିଳିବ।

କନ୍ୟା : ତପ ସାଧନା ପାଇଁ ଏକାନ୍ତବାସକୁ ଆଦରି ନେଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କର୍ମଚଞ୍ଚଳ ରହିପାରନ୍ତି। ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି।

ତୁଳା : ଜ୍ଞାନ ପିପାସୁ ହେବେ। ବନ୍ଧୁ ସହଯୋଗ ମିଳିବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗବିଳାସ କରିପାରନ୍ତି। ଗୁଣବାନ୍‌ ହେବେ। ପ୍ରସନ୍ନତା ଲାଭ କରିବେ।

ବିଛା : କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉଚ୍ଚ ଆଶା ଫଳବତୀ ହେବ। ଅର୍ଥ ସହ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଶୁଭକାର୍ଯ୍ୟ କରଣୀୟ।

ଧନୁ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାସୀନ ହୋଇପାରନ୍ତି ଓ ସେହି କ୍ଷମତାର ସୁବିନିଯୋଗ କରି ଲୋକପ୍ରିୟ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ସୁଖୀ ହେବେ।

ମକର : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ରସିକତାରୁ କଥାବାର୍ତ୍ତାରେ ବାଚାଳତା ଦେଖା ଦେଇପାରେ। ସ୍ବାଭିମାନୀ ହୋଇପାରନ୍ତି। ଦୁଃଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

କୁମ୍ଭ : ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ବିଶେଷ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।

ମୀନ : ସତ୍‌କର୍ମରେ ଅର୍ଥ ବ୍ୟୟ କରିପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ବିଭିନ୍ନ ସ୍ତରରୁ ସହଯୋଗ ପାଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories