www.samajalive.in
Monday, December 15, 2025
24.1 C
Bhubaneswar

କୋଟଗଡ ଥାନାରେ ଆମ ପୁଲିସ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲା କୋଟଗଡ ବ୍ଲକର କୋଟଗଡ ଥାନାରେ ଆମ ପୁଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନାଅଧିକାରୀ ଓମ ନାରାୟଣ ପାତ୍ରଙ୍କ ଅଧକ୍ଷତାରେ ଭାଗବତ ମାଝୀ, ଲାଲୁ ନାୟକ,ସନାତନ ଦଳପତି, ଶିବ ମାଲିକ ପ୍ରମୁଖଙ୍କ ସମେତ ଥାନା କର୍ମଚାରି ଉପସ୍ଥିତ ଥିଲେ। କୋଟଗଡ ବ୍ଲକର ସାଂସଦ ପ୍ରତିନିଧି ମନୋଜ କୁମାର ସାବତ ଓ କୋଟଗଡର ବହୁ ବୁଦ୍ଧିଜୀବୀ ଏହି ବୈଠକରେ ଯୋଗଦଇଥିଲେ। ଏହି ବୈଠକ ପ୍ରତ୍ୟେକ ମାସପରି ଚଳିତ ମାସ ମଧ୍ୟ କରାଯାଇଥିଲା। ଏଥିରେ ପୁଲିସ ସହ ଜନସାଧାରଣ ଙ୍କ ସୁସମ୍ପର୍କ ସ୍ଥାପନ କରିବା,ଡ୍ରାଇଭିଂ ଲାଇସେନ୍ସ, ରାସ୍ତାଘାଟ ଉପରେ ବ୍ୟବସାୟୀକ ପ୍ରତିଷ୍ଠାନବସାଇ ଟ୍ରାଫିକ ସମସ୍ୟା ସୃଷ୍ଟିକରୁଥିବା ବ୍ୟକ୍ତିବିଶେଷ ଉପରେ କାର୍ଯ୍ୟାନୁଷ୍ଠାନ ପରି ଏକାଧିକ ସାମୁହିକ ସ୍ୱାର୍ଥ ଉପରେ ଆଲୋଚନା କରାଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories