www.samajalive.in
Tuesday, December 9, 2025
15.1 C
Bhubaneswar

ଅମଲା ସଂଘର ଚେତାନବୀ : ଦାବି ପୂରଣ ନ ହେଲେ ଜୁନ ପହିଲାରୁ ସମୂହ ଛୁଟି

ନବରଙ୍ଗପୁର: ଜିଲାସ୍ତରୀୟ ଅମଲାମାନଙ୍କ ନାର୍ଯ୍ୟ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି କରୁଛନ୍ତି। ଏହାର ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ବରୂପ କଳା ବ୍ୟାଜ୍ ପରିଧାନ ଆଜି ସପ୍ତମ ଦିନରେ ପହଞ୍ଚିଛି। ଯଦି ମେ’ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଅମଲାମାନଙ୍କ ଦାବି ପୂରଣ କରିବାରେ ବିଫଳ ହୁଅନ୍ତି, ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଜୁନ ପହିଲାରୁ ଜିଲାସ୍ତରୀୟ ସମସ୍ତ ଅମଲା ଛୁଟିରେ ଯିବେ। ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତଥା ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ରାଜ୍ୟ ସଭ୍ୟ ତ୍ରିପତି ବାଲାଜୀ ସାହୁ, ଜିଲା ମଞ୍ଚର ଆବାହକ ଏମ. ବାଲାକ୍ରିଷ୍ଣା ରାଓ, ଅରୁଣ କୁମାର ମିଶ୍ର, ଲୋକନାଥ ମହାନ୍ତି, ନୀଳାଞ୍ଚଳ ପଣ୍ଡା, ରାମ ପଣ୍ଡା, ଦିଲ୍ଲୀପ ସାହୁ, ରାମ ପ୍ରସାଦ ରଥ,ଆଶୁତୋଷ ମହାନ୍ତି,ଦିଲ୍ଲୀପ ସାହୁ, ଆକାଶ ଗଣ୍ଡ , ସୁଧାଂଶୁ ମିଶ୍ର, ସୂରଜ କୁମାର ସ୍ଵାଇଁ, ବବିତା ପଟନାୟକ, ରାମକୃଷ୍ଣ ପଣ୍ଡା, ଏ .ପ୍ରଶାନ୍ତି, ମବିନା ସୁଲତାନ, ହେନା କସୁର, ମୈଥିଳୀ ପଟ୍ଟନାୟକ, ପି. ଅନୁରାଧା ପାତ୍ର, ସୁନିତା ମହାରଣା, ରଶ୍ମିତା ପାଢି ଓ ସ୍ନେହାଶିଷ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories