www.samajalive.in
Monday, December 15, 2025
24.1 C
Bhubaneswar

ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ ; ଡ଼ାକଘର ଘେରିଲେ ଶତାଧିକ ମହିଳା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କଣ୍ଟିଆପଡା ଡାକଘର ଘେରିଥିଲେ ଶତାଧିକ ମହିଳା ଜମାକାରୀ । ୩ଶହରୁ ଉର୍ଦ୍ଧ୍ବ ଜମାକାରୀଙ୍କ ଲକ୍ଷାଧିକ ଜମା ଟଙ୍କାକୁ ଶାଖା ଡାକପାଳ ଭୈରବ ଚନ୍ଦ୍ର ନାଏକ ହଡ଼ପ କରିଥିବା ଅଭିଯୋଗ ଆଣି ମହିଳାମାନେ ଡାକଘରକୁ ଘେରିଥିଲେ । ଅଭିଯୋଗ ଅନୁଯାୟୀ କଣ୍ଟିଆପଡା, ପୁରୁଣିଆ ଓ ବଲାଣିପଶି ଗ୍ରାମର ଯମୁନା ନାଏକ ,ଟିକି ନାଏକ, ଲକ୍ଷ୍ମୀ ନାଏକ, ଲତା ନାଏକ, ମାଳତୀ ନାଏକ, ସତ୍ୟ ବ୍ରତ ନାଏକ, ଭବାନୀ ନାଏକ, ମାଧବ ନାଏକ, ସୁଲଚନା ନାଏକ, ଚମ୍ପା ବତୀ ନାଏକ, କୁନ୍ତଳା ନାଏକ, ମୁକ୍ତେଶ୍ଵର ନାଏକ, ଲକ୍ଷ୍ମଣ ନାଏକ, ନବତା ନାଏକ, ଯମୁନା ନାଏକ, ଭବାନୀ ନାଏକ,ସିନୁ ନାଏକ, ସୁଲଚନା ନାଏକ ପ୍ରମୁଖ ଶତାଧିକ ଜମାକାରୀ ଡାକଘରେ ଫିକ୍ସ, ପିଏଲଆଇ ସହ ସୁକନ୍ୟା ଯୋଜନାରେ ଟଙ୍କା ଜମା କରିଥିଲେ। ହେଲେ ଡାକପାଳ ତାଙ୍କ ଖାତାରେ ଟଙ୍କା ଜମା ନକରି ଟଙ୍କାକୁ ହଡପ କରିଥିବା ସହ ଜମାକାରୀଙ୍କ ପାସ୍‌ବୁକ୍‌କୁ ମଧ୍ୟ ଡ଼ାକପାଳ ଦେଉ ନଥିବା ଅଭିଯୋଗ ଆଣିଛନ୍ତି ଜମାକାରୀ । ପାସ୍‌ବୁକ୍ ମାଗିଲେ ଡ଼ାକପାଳ ଭୈରବ ନାଏକ ଗାଳି ଗୁଲଜ କରୁଥିବା ଜମାକାରୀ ଅଭିଯୋଗ କରିଛନ୍ତି । ଡାକଘରେ ତାଲା ପକାଇ ଡ଼ାକପାଳ ଫେରାର ହୋଇଯାଇଥିବା ବେଳେ ଜମାକାରୀ ଡ଼ାକଘର ଘେରାଉ କରିଥିଲେ ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories