www.samajalive.in
Tuesday, December 9, 2025
15.1 C
Bhubaneswar

କାଳୀ ପୂଜାର ମହତ୍ତ୍ବ ଓ ପୂଜା ବିଧି

କାଳୀ ପୂଜାର ମହତ୍ତ୍ବ :

ଭାରତରେ ଯେଉଁଦିନ ଦୀପାବଳି ପର୍ବ ପାଳନ କରାଯାଏ ସେହିଦିନ ପୂର୍ବ ଭାଗରେ ବଙ୍ଗଳା, ଆସାମ, ବିହାର ଓ ଓଡିଶାରେ ଏହିଦିନ ମା’ କାଳୀଙ୍କର ବିଶେଷ ପୂଜା କରାଯାଇଥାଏ। ରାମକୃଷ୍ଣ ପରମହଂସ, ବିବେକାନନ୍ଦ ମା’ କାଳୀଙ୍କର ପରମ ଭକ୍ତ ଥିଲେ। ବଙ୍ଗାଳୀ ସମାଜରେ ମା’ କାଳୀଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ପୂଜା କରାଯାଇଥାଏ। ମା’ କାଳୀଙ୍କର କୃପା ସମସ୍ତ ଭକ୍ତମାନଙ୍କ ଉପରେ ରହିଥାଏ।

- Advertisement -

ପୂଜା ବିଧି :

ଏହିଦିନ ପ୍ରାତଃ ସମୟରେ ଉଠି ଘରକୁ ଭଲ ଭାବେ ସଫା-ସୁତୁରା କରନ୍ତୁ। ତାପରେ ସ୍ନାନ କାର୍ଯ୍ୟ ସାରି ବ୍ରତ କରିବାର ସଙ୍କଳ୍ପ କରନ୍ତୁ। ମା’ କାଳୀଙ୍କର ମୂର୍ତ୍ତି କିମ୍ବା ଫଟୋକୁ ଏକ ସଫା ଆସ୍ଥାନ ଉପରେ ରଖନ୍ତୁ। ମା’ କାଳୀଙ୍କୁ ଲାଲ ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ। ତାପରେ ମା’ ଙ୍କ ସମ୍ମୁଖରେ ଘିଅର ଦୀପ ପ୍ରଜ୍ବଳିତ କରନ୍ତୁ। ମା’ କାଳୀଙ୍କର ମନ୍ତ୍ର ଜପ କରନ୍ତୁ।

ମା’ କାଳୀଙ୍କ ପୂଜାରେ ଲାଲ ଫୁଲ, ଚାଉଳ, ଚନ୍ଦନ, ସିନ୍ଦୁର, ଦୁବ, ଧୂପ ଓ ଝୁଣା ଆଦି ବ୍ୟବହାର କରନ୍ତୁ। ପ୍ରସାଦ ରୂପେ ମିଷ୍ଠାନ୍ନ ଓ ଫଳ ଭୋଗ କରନ୍ତୁ। ତାପରେ ମା’ଙ୍କ ଆଳତି କରନ୍ତୁ। ପୂଜା ସମାପ୍ତ ହେବା ପରେ ମା’ଙ୍କୁ ପରିବାର ସଦସ୍ୟଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ। ଏହିଦିନ କେବଳ ଫଳାହାର କରିବା ଉଚିତ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories