BJD Bijuli 480×75 Mob

ପ୍ରକାଶସିଂ ବାଦଲଙ୍କ ପରଲୋକ

BJD Bijuli 480×75 Mob

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶିରୋମଣି ଅକାଳି ଦଳର ପୋଷ୍ଟର ଚେହେରା ଥିବା ପ୍ରକାଶ ସିଂ ବାଦଲ ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ପ୍ରତିଷ୍ଠାତା ପ୍ରକାଶ ସିଂହ ବାଦଲ ରବିବାର ଅସୁସ୍ଥତା କାରଣରୁ ତାଙ୍କୁ ମୋହାଲିର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଉକ୍ତ ହସ୍ପିଟାଲରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରବିବାର ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ ଆଇସିୟୁରେ ରହିଥିଲେ। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଁ ଆଜି ସନ୍ଧ୍ୟା ୮.୨୮ରେ ସେ ଚିରନିଦ୍ରାରେ ଶୋଇ ଯାଇଛନ୍ତି।

ଆଜି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲଙ୍କ ପରଲୋକ ଖବରକୁ ଅକାଳୀ ଦଳର ସଭାପତି ତଥା ତାଙ୍କ ପୁଅ ସୁଖବୀର ସିଂହ ବାଦଲଙ୍କ ସହଯୋଗୀ ନିଶ୍ଚିତ କରିଛନ୍ତି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲଙ୍କ ଅନ୍ତିମ ସଂସ୍କାର ଜନ୍ମ ମାଟି ଭାଠିଣ୍ତାରେ ଅନୁଷ୍ଠିତ ହେବ। ଏଠାରେ ଥିବା ବାଦଲ ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ହୋଇଥିଲା। ସେଠାରେ ହିଁ ଆସନ୍ତାକାଲି ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି।

Comments are closed.