ପୁଣି ଅଶାନ୍ତ ବିଜେବି କଲେଜ : ଅଣଛାତ୍ରଙ୍କ ଆକ୍ରମଣରେ ୩ ଛାତ୍ର ଆହତ
ଡେସ୍କ : ବିଜେବି କଲେଜ ପୁଣି ଅଶାନ୍ତ ହୋଇ ଉଠିଛି । ଛାତ୍ର-ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଶନିବାର ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ଏଥିରେ କଲେଜର ୩ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଜେବି କଲେଜ ପଡ଼ିଆରେ କ୍ରିକେଟ ଖେଳକୁ ନେଇ ଆଜି ହୋଇଥିବା ପାଟିତୁଣ୍ଡ ଶେଷରେ ଉଗ୍ରରୂପ ଧାରଣ କରିଛି । ଫଳରେ ଅଣଛାତ୍ରଙ୍କ ଛୁରାମାଡ଼ରେ ୩ ଛାତ୍ର ଆହତ ହୋଇଛନ୍ତି।
Comments are closed.