www.samajalive.in
Monday, December 15, 2025
24.1 C
Bhubaneswar

ଅକ୍ଷୟ ତୃତୀୟା : ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ମିଳିବ ମା’ଲକ୍ଷ୍ମୀଙ୍କ କୃପା..

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଅନେକ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ, ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ଉପାସନା କରିବା ଦ୍ୱାରା ଅକ୍ଷୟ ସହ ଶୁଭଫଳ ପ୍ରାପ୍ତି ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଉନ୍ନତି ସହ ଟଙ୍କାପଇସାର ଅଭାବ ଦୂର ହୋଇଥାଏ। ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ।

ଶାସ୍ତ୍ର ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ ସ୍ନାନ ନକରି ତୁଳସୀ ପତ୍ର ତୋଳନ୍ତୁ ନାହିଁ। ସ୍ନାନ ନକରି ତୁଳସୀପତ୍ରକୁ ସ୍ପର୍ଶ କରନ୍ତୁ ନାହିଁ।

- Advertisement -

ଅକ୍ଷୟ ତୃତୀୟା ଦିନ ସଫାସୁତୁରା ନିଶ୍ଚୟ କରନ୍ତୁ। ଘର ସଫା ରଖିଲେ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ଟଙ୍କାର ଅଭାବ ଦୂର ହୋଇଥାଏ।

ଅକ୍ଷୟ ତୃତୀୟା ଦିନ ମା’ଲକ୍ଷ୍ମୀ ନିଜ ଭକ୍ତଙ୍କ ଉପରେ ବିଶେଷ କୃପା କରିଥାଆନ୍ତି। ଘରର ପୂଜା ଘର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ପୂଜା କରିବା ପୂର୍ବରୁ ପୂଜା ଘରକୁ ନିଶ୍ଚୟ ସଫା କରନ୍ତୁ। ସମ୍ପୂର୍ଣ୍ଣ ଶୁଦ୍ଧତାର ସହ ଶାନ୍ତ ମନରେ ପୂଜା କରନ୍ତୁ। ଏହାଦ୍ୱାରା ଗ୍ରହଙ୍କ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ।

ଅକ୍ଷୟ ତୃତୀୟାରେ ସୁନା କିମ୍ବା ଚାନ୍ଦି ଜିନିଷ କିଣିବା ଖୁବ ଶୁଭ ବୋଲି କୁହାଯାଏ। ମାତ୍ର ଏହି ଦିନ ଆଲୁମିନିୟମ,ପ୍ଲାଷ୍ଟିକ୍‌‌ ଆଦି ଜିନିଷ କିଣନ୍ତୁ ନାହିଁ।

ଅକ୍ଷୟ ତୃତୀୟାରେ ଆମିଷ, ନିଶାଦ୍ରବ୍ୟ ଆଦି ସେବନ କରନ୍ତୁ ନାହିଁ। ଏସବୁ ସେବନ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି। ଆର୍ଥିକ ସମସ୍ୟା ଲାଗି ରହିଥାଏ। ଏହି ଦିନ ଉପବାସ କରିବା ସହ ନିରାମିଷ ଭୋଜନ ଗ୍ରହଣ କରନ୍ତୁ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories