ଅନୁଗୋଳ : ଅନୁଗୋଳ ସହରର ହୁଲିରିସିଂହା ଘାଷି ସାହି ଅଞ୍ଚଳରେ ଶୁକ୍ରବାର ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀକୁ ଗିରଫ ଦାବୀରେ ଶନିବାର ଘାଷି ସାହିର ଶତାଧିକ ମହିଳା ୫୫ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳା ମାନଙ୍କ ସହ ଆଲୋଚନା ଚଳାଇଛି। ଜାତୀୟ ରାଜପଥ ଅବରୋଧ ଫଳରେ ଶହ ଶହ ସଂଖ୍ୟାରେ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ସୂଚନାଯୋଗ୍ୟ, ଅନୁଗୋଳ ସହର ହୁଲୁରିସିଂହା ଘାଷିସାହି ଅଞ୍ଚଳର ଏକ ପଡିଆରୁ ଶୁକ୍ରବାର ରାତିରେ ପୁଲିସ ଏକ କ୍ଷତ ବିକ୍ଷତ ଶବ ଉଦ୍ଧାର କରିଥିଲା। କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଥିବାର ସନ୍ଦେହ କରୁଛି। ମୃତ ବ୍ୟକ୍ତି ଜଣକ ସେହି ଘାଷି ସାହି ଅଞ୍ଚଳର ପ୍ରକାଶ ନାଏକ (୪o)। ସେ ଏକ କୁକୁଡ଼ା ଦୋକାନ କରି ଗୁଜୁରାଣ ମେଣ୍ଟାଉ ଥିଲେ। |କେହି ଦୁର୍ବୁତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ପୁଲିସ ସନ୍ଦେହ କରୁଛି ।
ହତ୍ୟାକାରୀକୁ ଗିରଫ ଦାବିରେ ଆଜି ଜାତୀୟ ରାଜପଥ ଅବରୋଧ କରାଯାଇଛି।



