ପୌରପାଳିକା ପକ୍ଷରୁ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌‌ଘାଟିତ

କେନ୍ଦୁଝରଗଡ : କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣଙ୍କ ନିମନ୍ତେ ଏକ ବିଶୁଦ୍ଧ ଓ ଥଣ୍ଡା ପାନୀୟଜଳ ଯୋଗାଣ ପ୍ରକଳ୍ପ ‘ଆମ ଅମୃତଝର’କୁ ନଗରପାଳ ନିକୁ ସାହୁ ଗୁରୁବାର ଉଦ୍‌‌ଘାଟନ କରିଛନ୍ତି । ୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିିତ ଏହି ପ୍ରକଳ୍ପ ଯୋଗେ ସର୍ବସାଧାରଣଙ୍କୁ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ବର୍ଷ ତମାମ୍‌‌ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ଉପନଗରପାଳ ବରଦା ପ୍ରସନ୍ନ ଦାସ, କାଉନସିଲରଗଣ, ଆଇଏଏସ୍, ପ୍ରୋବେସନର ଧିମେନ୍ ଚକ୍ମା, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ, ପୌରପାଳିକା ମୁଖ୍ୟ ସହାୟକ ଦୀପକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଏଥିରୁ କେନ୍ଦୁଝର ଜିଲା ମଧ୍ୟ ନିସ୍ତାର ପାଇନଥିବା ବେଳେ ଏଭଳି ପ୍ରକଳ୍ପ ସହରବାସୀଙ୍କୁ କେତେକାଂଶରେ ଆଶ୍ୱସ୍ତି ଆଣିଦେଇଛି।

Comments are closed.