www.samajalive.in
Monday, December 15, 2025
24.1 C
Bhubaneswar

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଶୁକ୍ରବାର ଆଂଶିକ ବ୍ୟାହତ ହେବ ରେଳସେବା

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଟିଟିଲାଗଡ଼–ଥେରୁବାଲି ସେକ୍ସନ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ୨୧ ତାରିଖରେ ଯାତ୍ରୀବାହୀ ରେଳ ସେବା ବ୍ୟାହତ ହେବ। ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ରେଳଗାଡି ସଂଖ୍ୟା ୦୮୫୨୭/୦୮୫୨୮ ବିଶାଖାପଟନମ – ରାୟପୁର ପାସେଞ୍ଜର ସ୍ୱତନ୍ତ୍ର ଶୁକ୍ରବାର ଉଭୟ ପଟରୁ ବାତିଲ ରହିବ। ରେଳଗାଡି ସଂଖ୍ୟା ୦୮୩୧୭/୦୮୩୧୮ ସମ୍ବଲପୁର – ଜୁନାଗଡ଼ ରୋଡ – ସମ୍ବଲପୁର ପାସେଞ୍ଜର ସ୍ୱତନ୍ତ୍ର ଶୁକ୍ରବାର ଉଭୟ ପଟରୁ ବାତିଲ ରହିବ।

ସେହିଭଳି ରେଳଗାଡି ସଂଖ୍ୟା ୧୮୩୦୧/୧୮୩୦୨ ସମ୍ବଲପୁର – ରାୟଗଡ଼ା – ସମ୍ବଲପୁର ଏକ୍ସପ୍ରେସ ୨୧ ତାରିଖରେ ସମ୍ବଲପୁରରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଉଭୟ ଦିଗରୁ ଚଳାଚଳ କରିବ ଏବଂ ଟିଟିଲାଗଡ଼ରୁ ରାୟଗଡ଼ା ମଧ୍ୟରେ ଚଳାଚଳ ବନ୍ଦ ରହିବ। ଭୁବନେଶ୍ୱରରୁ ଗୁରୁବାର ଛାଡିବାକୁ ଥିବା ୨୦୮୩୭ ଭୁବନେଶ୍ୱର – ଜୁନାଗଡ଼ ରୋଡ ଏକ୍ସପ୍ରେସ ରାୟଗଡ଼ା ପର୍ଯ୍ୟନ୍ତ ଏବଂ ଶୁକ୍ରବାର ଏହି ରେଳଗାଡି ୨୦୮୩୮ ଜୁନାଗଡ଼ – ଭୁବନେଶ୍ୱର ଏକ୍ସପ୍ରେସ ହୋଇ ଭୁବନେଶ୍ୱରକୁ ଫେରିବ। ରାୟଗଡ଼ାରୁ ଜୁନାଗଡ଼ ରୋଡ ମଧ୍ୟରେ ଏହି ରେଳଗାଡି ଉଭୟ ପଟରୁ ବାତିଲ ରହିବ। ସେହିପରି ରେଳଗାଡି ସଂଖ୍ୟା ୧୨୮୦୮ ନିଜାମୁଦ୍ଦିନ-ବିଶାଖାପଟନମ ସମତା ଏକ୍ସପ୍ରେସ ୨୦ ତାରିଖ ସକାଳ ୭ଟା ପରିବର୍ତ୍ତେ ସକାଳ ୯ଟା ୩୦ରେ ନିଜାମୁଦ୍ଦିନରୁ ଛାଡିବ। ରେଳଗାଡି ସଂଖ୍ୟା ୧୭୪୮୨ ତିରୁପତି – ବିଲାସପୁର ଏକ୍ସପ୍ରେସ ୨୦ ତାରିଖରେ ସକାଳ ୧୦ଟା ୫୦ ମିନିଟ ପରିବର୍ତ୍ତେ ୧୪ ଘଣ୍ଟା ୫୦ ମିନିଟରେ ତିରୁପତି ଛାଡି ତାର ଗନ୍ତବ୍ୟସ୍ଥଳକୁ ଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories