ଅନୁସୂଚିତ ଜାତି-ଜନଜାତିି ପରିଷଦ ପକ୍ଷରୁ ଆମ୍ବେଦକର ଜୟନ୍ତୀ

ଆଠଗଡ : ଆଠଗଡ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ପରିଷଦ ପକ୍ଷରୁ ଶୁୁକ୍ରବାର ସ୍ଥାନୀୟ ଆମ୍ବେଦକର ଭବନଠାରେ ସମ୍ବିିଧାନ ପ୍ରଣେତା ଭାରତରତ୍ନ ବି.ଆର. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ବାବେ ଦଳିତ ନେତା ଗଗନ ନାଏକ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ପ୍ରକାଶ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ବିଳାସିନୀ ସେଠୀ ପ୍ରମୁଖ ଯୋଗଦେଇ ଡଃ ଆମ୍ବେଦକରଙ୍କର ଭାରତର ସ୍ୱାଧୀନତା ସଂଗ୍ରାମ ଓ ସମ୍ବିଧାନ ପ୍ରଣୟନରେ ଅବଦାନ ଏବଂ ତାଙ୍କର ନୀତି ଓ ଆଦର୍ଶ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଆମ୍ବେଦକରଙ୍କର ନୀତି, ଆଦର୍ଶ ଓ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେବା ପାଇଁ ପରିଷଦର ସଦସ୍ୟଙ୍କୁ ସେମାନେ ପରାମର୍ଶ ଦେଇଥିଲେ। ଏହି ସଭାରେ ବିଷ୍ଣୁ ନାଏକ, ପିତବାସ ନାଏକ, ଅରୁପାନନ୍ଦ ମଲ୍ଲିକ, କାମିନୀ ଦେହୁରୀ, ପବିତ୍ର ବେହେରା, ଦିଲ୍ଲୀପ ସେଠୀ, ଧରଣୀଧର ଦେହୁରୀ, ସୀତା ନାଏକ, ରତିକାନ୍ତ ଦେହୁରୀ, ଜଗବନ୍ଧୁ ମଲ୍ଲିକ ଓ ଅଶୋକ ମଲ୍ଲିକ ପ୍ରମୁଖ ଆମ୍ବେଦକରଙ୍କର ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ପରିଷଦର ସାଧାରଣ ସଂପାଦକ ସତ୍ୟଜିତ୍‌‌ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.