www.samajalive.in
Saturday, December 6, 2025
16.1 C
Bhubaneswar

ବଦଳୁଥିବା ଋତୁରେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଜୁଆଣିର ବ୍ୟବହାର

ଭାରତୀୟମାନଙ୍କ ରୋଷେଇ ଶାଳାରେ ଅନେକ ପ୍ରକାରର ଖାଦ୍ୟ ଦ୍ରବ୍ୟ, ମସଲା ରହିଥାଏ। ପ୍ରାୟ ପ୍ରତ୍ୟେକଙ୍କ ଘରେ ଜୁଆଣିର ବହୁ ମାତ୍ରାରେ ବ୍ୟବହାର କରାଯାଇଥାଏ। ଜୁଆଣିର ଏକ ଭଲ ବାସ୍ନା ରହିଛି। ଏହାକୁ ଖାଦ୍ୟରେ ବ୍ୟବହାର କଲେ ସ୍ବାଦ ବଢାଇଥାଏ। ଜୁଆଣି ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ। ଏହାର ବ୍ୟବହାର ଦ୍ବାରା ସର୍ଦ୍ଦି ଓ କାଶ ଭଲ ହୋଇଥାଏ। ଆସନ୍ତୁ ଜାଣିବା ଜୁଆଣିର ବ୍ୟବହାର ଶରୀର ପାଇଁ କେତେ ଲାଭଦାୟକ ..

ଥଣ୍ଡା ଭଲ କରିଥାଏ :

- Advertisement -

ଜୁଆଣିରେ ଏରୋମେଟିକ ଗୁଣ ରହିଥାଏ। ଏହାର ବାସ୍ନା ଥଣ୍ଡା ଭଲ କରିବାରେ ଅନେକ ଲାଭଦାୟକ ହୋଇଥାଏ। ଜୁଆଣିକୁ ତାୱାରେ ସେକି ଦିଅନ୍ତୁ। ତାହାକୁ ଏକ କପଡାରେ ବାନ୍ଧି ଶୁଙ୍ଘନ୍ତୁ। ଏପରି କରିବା ଦ୍ବାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ।

ଶ୍ବାସ ଠିକ କରେ :

ଜୁଆଣି ଶ୍ବାସ ରୋଗୀଙ୍କ ପାଇଁ ଏକ ବରଦାନ ସଦୃଶ ଅଟେ। ଜୁଆଣିର ପେଷ୍ଟ ପ୍ରସ୍ତୁତ କରି ସେଥିରେ ଗୁଡ ମିଶାଇ ପ୍ରତ୍ୟେକ ଦିନ ୧ ଚାମଚ ଓ ରାତିରେ ୨ ଚାମଚ ସେବନ କରନ୍ତୁ। ଏପରି କରିବା ଦ୍ବାରା ଶ୍ବାସ ରୋଗ ଭଲ ହୋଇଥାଏ।

କଫ ସମସ୍ୟା ଦୂର କରିଥାଏ :

ଜୁଆଣିର ପାଣି ପିଇବା ଦ୍ବାରା କଫ ସମସ୍ୟା ଦୂର ହୋଇଥାଏ। ଜୁଆଣି ପାଣିରେ ଏକ ଚାମଚ କଳା ଲୁଣ ମିଶାଇ ପିଇବା ଦ୍ବାରା କାଶ ସମସ୍ୟା ଦୂର ହୋଇଥାଏ।

ମୁଣ୍ଡ ବିନ୍ଧାରୁ ମୁକ୍ତି :

ଜୁଆଣି ପାଣି ପିଇବା ଦ୍ବାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ।

ଥଣ୍ଡାରୁ ରକ୍ଷା କରେ :

ବଦଳୁଥିବା ଋତୁରେ ଆମ ଶରୀର ଶୀଘ୍ର ଥଣ୍ଡା ରୋଗର ଶିକାର ହୋଇଥାଏ। ଥଣ୍ଡାରୁ ରକ୍ଷା ପାଇବା ପାଇଁ ଜୁଆଣିକୁ ଚୋବାଇ ଖାଆନ୍ତୁ। ତାପରେ ଗରମ ପାଣି ପିଇ ଦିଅନ୍ତୁ। ଏପରି କରିବା ଦ୍ବାରା କାଶ ଓ ଥଣ୍ଡା ଭଲ ହୋଇଯାଏ।

 

 

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories