ବିବିସି ବିରୋଧରେ ମାମଲା ରୁଜୁ କଲା ଇଡି
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବିବିସି ଇଣ୍ଡିଆ ବିରୋଧରେ ଏକ ମାମଲା ରୁଜୁ କରିଛି। ବିଦେଶୀ ପାଣ୍ଠି ଅନିୟମିତତା ଘଟଣାରେ ବୈଦେଶିକ ବିନିମୟ ମୁଦ୍ରା ପରିଚାଳନା ଆଇନ ଅଧୀନରେ ଏହି ମାମଲା ରୁଜୁ ହୋଇଛି। ଖବର ଅନୁସାରେ ଇଡି କମ୍ପାନୀର କିଛି ଅଧିକାରୀଙ୍କ ବିବୃତ୍ତି ରେକର୍ଡ କରିବା ଓ ଦସ୍ତାବିଜ୍ ଦାଖଲ ପାଇଁ କହିଛି। ପୂର୍ବରୁ ଆୟକର ବିଭାଗ ବିବିସି କାର୍ଯ୍ୟାଳୟରେ ଚଢଉ କରିଥିଲା । ଫେବୃୟାରୀ ମାସରେ ଦିଲ୍ଲୀ ଓ ମୁମ୍ବାଇ ବିବିସି କାର୍ଯ୍ୟାଳୟରେ ସେହି ଚଢଉ କରାଯାଇ ଅନେକ ଦସ୍ତାବିଜ୍ ଜବତ ହୋଇଥିଲା।
Comments are closed.