ଚାଲିଛି ଉପକୂଳ ସମରାଭ୍ୟାସ ‘ସାଗର କବଚ’
ଡେସ୍କ : ବଙ୍ଗୋପସାଗରରେ ଦୁଇଦିନିଆ ଉପକୂଳ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ଏହି ସମରାଭ୍ୟାସର ନାମ ‘ସାଗର କବଚ’ ରଖାଯାଇଛି । ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ଧାମରାଠାରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ପର୍ଯ୍ୟନ୍ତ ଉପକୂଳରେ ଏହି ସମରାଭ୍ୟାସ ଚାଲୁ ରହିଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହି ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ମେରାଇନ୍ ପୁଲିସ୍, ଜଙ୍ଗଲ ବିଭାଗ, ମତ୍ସ୍ୟ ବିଭାଗ ଏବଂ ଗୁଇନ୍ଦା ସଂସ୍ଥା ଆଦି ସାମିଲ୍ ହୋଇ ଥିବା ଜଣାପଡ଼ିଛି । ଆଜି ଏହା ଉଦଯାପିତ ହେବ।
Comments are closed.