www.samajalive.in
Sunday, December 7, 2025
14.1 C
Bhubaneswar

ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର, ଯୋଗଦେଲେ ୫୬ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର:ଓଡିଶା ବରିଷ୍ଠ ପୁଲିସ ଅଧିକାରୀ ମହିଳା ସଂଘ ତରଫରୁ ତୁଳସୀପୁରସ୍ଥିତ ପରିବାର କଲ୍ୟାଣ କେନ୍ଦ୍ର ଠାରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଆତ୍ମରକ୍ଷା କୌଶଳ ଶିକ୍ଷାଲାଭ କରିଥିଲେ। ୧୨ ଜଣ ପ୍ରଶିକ୍ଷକ ସେମାନଙ୍କୁ ଆତ୍ମରକ୍ଷା କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।

ଛାତ୍ର ଛାତ୍ରୀଙ୍କୁ ମାନସିକ ସ୍ତରରେ ଦୃଢ, ସଶକ୍ତ ଏବଂ ଯେକୌଣସି ଆସନ୍ନ ବିପଦରୁ ସେମାନଙ୍କୁ ରକ୍ଷା କରିବାରେ ଏହି ତାଲିମ ବେଶ ସହାୟକ ହେବ ବୋଲି ଶିବିରରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଶିବିରରେ ସଭାପତି ଅନୁ ବଂଶଲ, ସମ୍ପାଦିକା ସୋନାଲୀ ମହାନ୍ତି, କୋଷାଧ୍ୟକ୍ଷା ଲାରା ମିଶ୍ର, ସଦସ୍ୟା ଗୀତା ପାଣିଗ୍ରାହୀ, ମାଧୁରୀ ସିଂ ଏବଂ ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ରର ସମ୍ପାଦିକା ସବିତା ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories