www.samajalive.in
Monday, December 15, 2025
24.1 C
Bhubaneswar

ଢ଼ର୍ରୋକୁସମ ଗ୍ରାମବାସୀଙ୍କୁ ଦିଆଗଲା କୋର କାର୍ବନ ଚୁଲା

ବୁର୍ଲା: ପରିବେଶ ପ୍ରଦୁଷଣ ରୋକିବା ସହିତ ଜଙ୍ଗଳ କ୍ଷୟରେ ରୋକ ଲଗାଇବ କୋର କାର୍ବନ ଚୁଲା। ଘରୋଇ ସଂସ୍ଥା ପକ୍ଷରୁ ବଣ୍ଟନ ହେଲା କୋର୍‌‌ କାର୍ବନ ଚୁଲା। ପ୍ରଥମ ପର୍ଯ୍ୟାୟରେ ଏହି ଚୁଲାକୁ ସିସିଏକ୍ସ ନାମକ ଏକ ସଂସ୍ଥା ଏହାକୁ ମାଗଣାରେ ବଣ୍ଟନ କରୁଛି। ଆଜି ଢର୍ରୋକୁସମ୍‌‌ ଗ୍ରାମରେ ୮୦ଜଣଙ୍କୁ ଏହି ଚୁଲା ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି। ୱାଇଲ୍ଡ ଲାଇଫ ଡିଏଫଓ ଅଂଶୁପ୍ରଜ୍ଞା ଦାସ ଏହି ଚୁଲା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯେଗାଦେଇ ଗ୍ରାମ ବାସୀଙ୍କୁ ଏହି ଚୁଲା ପ୍ରଦାନ କରିଥିଲେ। ଅନ୍ୟପଟେ ସଂସ୍ଥା ପକ୍ଷରୁ ଆସିଥିବା କର୍ମକର୍ତ୍ତା ମାନେ ଗ୍ରାମର ପୁରୁଷ ଏବଂ ମହିଳାଙ୍କୁ ଏହି ଚୁଲା କିଭଳି ବ୍ୟବହାର କରାଯିବ ଏବଂ ଏହାର ଉପକାରିତା କଣ ସେ ବିଷୟରେ ତାଲିମ ମଧ୍ୟ ପ୍ରଦାନ କରିଥିଲେ। ତେବେ ଏହି ଚୁଲା ବ୍ୟବହାର କରିବାର ଦ୍ୱାରା ଅଳ୍ପକାଠରେ ଏବଂ କମ ସମୟ ମଧ୍ୟରେ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ କରି ପାରିବେ। ଅନ୍ୟପଟେ ସାଧାରଣ ଚୁଲି ଅପେକ୍ଷା ଏଥିରୁ କମ ଧୁଆଁ ନିର୍ଗତ ହେବ। ତେବେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ପୁର୍ବରୁ ୪୦ ହଜାର ପରିବାରକୁ ଏହି ଚୁଲା ସଂସ୍ଥା ପକ୍ଷରୁ ପ୍ରଦାନ କରିସାରିଛି। ସମଗ୍ର ଓଡ଼ିଶାରେ ଏକଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରିସାରିଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଚୁଲା ବ୍ୟବହାର କରିବାର ଏକ ମାତ୍ର ଉଦ୍ୟୋଶ୍ୟ ହେଉଛି ଯେ ଗଛ ବଞ୍ଚାଇବା, ଲୋକେ ଜାଲେଣି ପାଇଁ ଗଛ କାଟିବା ବନ୍ଦ କରିବେ ଏବଂ ପରିବେଶ ପ୍ରଦ୍ୟୁଷଣ କମିପାରିବ ଏହାହିଁ ଲକ୍ଷ୍ୟ ରହିଥିବା ଉଦସ୍ଥିତ ସଂସ୍ଥାର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି।

Hot this week

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

Related Articles

Popular Categories