ସମ୍ବଲପୁର: ସମ୍ବଲପୁର ଠାରେ ୮୮ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଶନିବାର ସ୍ଥାନୀୟ ରିର୍ଜଭ ପୁଲିସ ଲାଇନ ଠାରେ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଡ. ଦୀପକ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଓଡ଼ିଶା ପୁଲିସର ଗୌରବମୟ ଇତିହାସ ଉପରେ ଆଲୋକପାତ କରିବା ସହିତ ଜନତାଙ୍କ ପାଇଁ ଓଡ଼ିଶା ପୁଲିସ ସବୁ ବେଳେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରୁଛି ବୋଲି ଏହି ଅବସରରେ ଡ. କୁମାର କହିଥିଲେ। ଏହି ଅବସରରେ ପୁଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏସଆଇ ଜି. ଓରାମ, ଏଏସଆଇ ସନାତନ ପ୍ରଧାନ, ହାବିଲଦାର ରତ୍ନାକର ସାହୁ, କନେଷ୍ଠବଳ ସୌମ୍ୟ ରଞ୍ଜନ ଦାସ, ଚୈତନ୍ୟ ପ୍ରଧାନ ଓ ଟ୍ରାଫିକ କନେଷ୍ଟବଳ ଫଗୁ ଓରାମ ଙ୍କୁ ମୁଖ୍ୟ ଅତିଥି ଡ. କୁମାର ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର, ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ ତପନ ମହାନ୍ତି, ଅଟୋ କୁଜୁର ଙ୍କ ସମେତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
Popular Categories



