www.samajalive.in
Monday, December 15, 2025
24.1 C
Bhubaneswar

ଆଜିଠାରୁ ନୂଆ ବୈଦେଶିକ ବାଣିଜ୍ୟ ନୀତି

ନୂଆଦିଲ୍ଲୀ: ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ ଶୁକ୍ରବାର ନୂଆ ବୈଦେଶିକ ବାଣିଜ୍ୟ ନୀତି-୨୦୨୩ (ଏଫଟିପି) ଘୋଷଣା କରିଛନ୍ତି। ଏହି ନୀତି ଫଳରେ ବୈଶ୍ବିକ ମାନ୍ଦାବସ୍ଥା ସତ୍ତ୍ବେ ଦେଶର ରପ୍ତାନି ବୃଦ୍ଧି ପାଇବ। ଏଫ୍‌ଟିପି ଅନୁଯାୟୀ ୨୦୩୦ ମଧ୍ୟରେ ସରକାରଙ୍କ ଦ୍ରବ୍ୟ ଓ ସେବା ରପ୍ତାନି ୨ ଟ୍ରିଲିଅନ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯିବ ବୋଲି ଅନୁମାନ କରାଯାଇଛି। ‘ନୂଆ ବୈଦେଶିକ ବାଣିଜ୍ୟ ନୀତି-୨୦୨୩’ ଆସନ୍ତାକାଲି ଠାରୁ ଲାଗୁ ହେବ। ଏହି ନୀତି ଅନୁଯାୟୀ ଟଙ୍କାରେ ବିଦେଶରେ ବ୍ୟବସାୟ କରିବା ସହଜ ହେବ ବୋଲି ଗୋଏଲ କହିଛନ୍ତି। ଆର୍ଥିକ ବର୍ଷ ୨୦୨୩ରେ ଭାରତର ସମୁଦାୟ ରପ୍ତାନି ୨୦୨୧-୨୨ରେ ୬୭୬ ବିଲିଅନ ଡଲାରକୁ ଅତିକ୍ରମ କରି ୭୬୦ ବିଲିଅନ ଡଲାରରେ ପହଞ୍ଚି ଯିବ ବୋଲି ବୈଦେଶିକ ବାଣିଜ୍ୟ ମହାନିର୍ଦେଶକ ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତି। ନୂଆ ନୀତି ଅନୁଯାୟୀ ରପ୍ତାନି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଯୋଗାଇ ଦିଆଯିବ। ଏହି ନୀତି ‘ଇଜି ଅଫ ଡୁଇଙ୍ଗ୍‌ ବିଜ୍‌ନେଶ’ ଉପରେ ଗୁରୁତ୍ବ ଦେବ। ଆବଶ୍ୟକ ହେଲେ ଏଫଟିପିକୁ ଅପଡେଟ କରାଯିବ। ଏହି ନୀତି ଗତିଶୀଳ ହେବ। ଏହି ନୀତି ଉପରେ ଫିଡ୍‌ବ୍ୟାକ୍‌ ଦେବା ପାଇଁ ଶେଷ ତାରିଖ ଘୋଷଣା କରାଯାଇ ନାହିଁ। ଏହି ନୂଆ ନୀତି ୨୦୨୮ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ମହାନିର୍ଦେଶକ କହିଛନ୍ତି। ରପ୍ତାନୀକୁ ଅଗ୍ରାଧିକାର ଦେବା ପାଇଁ ସରକାର ଏହି ନୀତିକୁ ଆହୁରି ସରଳ କରିବେ ବୋଲି ଗୋଏଲ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories