www.samajalive.in
Tuesday, December 9, 2025
15.1 C
Bhubaneswar

ଘଣ୍ଟାର ଦାମ୍ ୧୬୪ କୋଟି ଟଙ୍କା

୧୯୮୬ମସିହାରେ ନ୍ୟୁୟର୍କରେ ଜ୍ୟାକବ୍ ଆଣ୍ଡ କୋ କମ୍ପାନୀ ପ୍ରତିଷ୍ଠା ହେଲା। ବିଭିନ୍ନ ପ୍ରକାର ବିଳାସମୟ ସାମଗ୍ରୀ, ଗହଣା ଆଦି ଏଇ କମ୍ପାନୀ ତିଆରି କରେ। ୧୯୯୦ବେଳକୁ ଜ୍ୟାକବ୍‌ର ହୀରା ଗହଣା ଓ ଦାମୀ ଘଣ୍ଟାର ଗ୍ରାହକ ସଂଖ୍ୟା ବଢ଼ିଲେ। ୟୁରୋପ, ଆମେରିକାରେ ଧନିକ ଲୋକମାନେ ଏଇ କମ୍ପାନୀର ଘଣ୍ଟା, ବ୍ରେସଲେଟ୍ ଆଦି ପିନ୍ଧି ନିଜ ଆଭିଜାତ୍ୟର ପରିଚୟ ଦେଉଥିଲେ। ପ୍ରତି ବର୍ଷ ଆମେରିକା, ଅଷ୍ଟ୍ରେଲିଆରେ ଥିବା ଜ୍ୟାକବ୍୍‌ର ଦୋକାନରେ ଦାମୀ ଘଣ୍ଟା ପ୍ରଦର୍ଶିତ ହୁଏ। ଚଳିତ ବର୍ଷ ବିଶ୍ବର ସବୁଠୁ ଦାମୀ ଘଣ୍ଟା ତିଆରି କରି ଏହି କମ୍ପାନୀ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛି। ସୁନାରେ ତିଆରି ଘଣ୍ଟାରେ କେବଳ ଦାମୀ ହୀରା ଓ ରତ୍ନପଥର ଖଚିତ ହୋଇଛି। ଏ ଘଣ୍ଟା ତିଆରିରେ ୩ ବର୍ଷରୁ ଅଧିକ ସମୟ ଲାଗିଥିଲା। ମୋଟ୍ ୧୬୪ କୋଟି ଟଙ୍କା ଏଥିରେ ଖର୍ଚ୍ଚ ହୋଇଛି। ଜଣେ ହଲିଉଡ ନିର୍ଦେଶକ ଏହି ଘଣ୍ଟା କିଣିବାକୁ ଅଗ୍ରୀମ ବରାଦ ମଧ୍ୟ ଦେଇସାରିଲେଣି ବୋଲି ଶୁଣାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories