www.samajalive.in
Monday, December 15, 2025
24.1 C
Bhubaneswar

ଦାଣ୍ଡମୁକୁନ୍ଦପୁରରେ ଶ୍ରୀରାମ ରଥଯାତ୍ରା

ପିପିଲି:ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଦାଣ୍ଡମୁକୁନ୍ଦପୁର ଠାରେ ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପିତୃଭକ୍ତି, ମାତୃଭକ୍ତି, ଭାତୃପ୍ରେମ, ଏକପତ୍ନୀବ୍ରତ, ଶରଣାଗତ ବତ୍ସଳତା, ପରାକ୍ରମ, କ୍ଷମା, ଧର୍ମପ୍ରତିଷ୍ଠା ତଥା ସମାଜରେ ସାମାଜିକ ସମରସତା ସୃଷ୍ଟିର ସଚେତନତା ବାର୍ତ୍ତା ପ୍ରସାର କରିବାର ଲକ୍ଷ୍ୟନେଇ ଦୀର୍ଘ ୩୯ବର୍ଷ ଧରି ଏହି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ।

ଶ୍ରୀରାମ ନବମୀ ଉତ୍ସବ କମିଟି, ବିଶ୍ୱହିନ୍ଦୁ ପରିଷଦ ଓ ଜନସ୍ୱାର୍ଥ ସୁରକ୍ଷା ସମିତିର ମିଳିତ ସହଯୋଗରେ ଆୟୋଜିତ ଏହି ରଥଯାତ୍ରା ପ୍ରଭୁ ଶ୍ରୀଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପରିସରରୁ ଆରମ୍ଭ ହୋଇଥିଲା । ଏହି ଅବସରରେ ଗୁରୁବାର ସକାଳ ୫ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ସମସ୍ତ ପ୍ରକାର ନୀତି ନିର୍ଘଣ୍ଟ ଅନୁସାରେ ପୂଜାର୍ଚ୍ଛନା କରାଯାଇ ଶଙ୍ଖ ଓ ଘଣ୍ଟଧ୍ୱନୀ ମଧ୍ୟରେ ସଂକୀର୍ତ୍ତନ ସହିତ ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ଦେବୀ ସୀତା ଓ ପରମଭକ୍ତ ଶ୍ରୀହନୁମାନଙ୍କ ବିଗ୍ରହକୁ ରଥାରୁଢ କରାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।

- Advertisement -

ଶ୍ରଦ୍ଧାଳୁ ମାନେ ପ୍ରବଳ ଆନନ୍ଦ ଓ ଉତ୍ସାହର ସହ ରଥକୁ ଟାଣି ନେଇଥିଲେ । ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ଢୋଲ, ମହୁରୀ ବାଦ୍ୟ ସହ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା । ଏହି ରଥ ଦାଣ୍ଡମୁକୁନ୍ଦପୁରଶାସନ, ସଠସ, ମଠସାହି, ମାନସିଂହପାଟଣା, ମୁଖ୍ୟବଜାର, ରାଣପୁର, ନୂଆସାହି, ବାସୁଦେଇପୁର, କରଣସାହି, ବାବଜା, ମାଳିବରାହି ପ୍ରଭୃତି ଗ୍ରାମ ପରିକ୍ରମା କରିଥିଲା । ବିଭିନ୍ନ ଗ୍ରାମରେ ଠାକୁର ମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯାଇଥିଲା । ଶ୍ରୀରାମଙ୍କ ଏହି ରଥଯାତ୍ରାରେ ଭକ୍ତି ସଙ୍ଗୀତ ପରିବେଷଣ ସହ ହନୁମାନ ବେଶଧାରୀ ଯୁବକ ସଂଗ୍ରାମ ଘଡେଇଙ୍କ ଅନନ୍ୟ ଅଭିନୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା ।

ଗ୍ରାମରେ ଏକତା, ସଂହତି ଓ ପରସ୍ପର ସହଯୋଗ ତଥା ସାମାଜିକ ସମରସତା ରକ୍ଷା କରିବା ଏହି ରଥଯାତ୍ରାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଶ୍ରୀରାମ ନବମୀ ଉତ୍ସବ କମିଟି, ବିଶ୍ୱହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଜନସ୍ୱାର୍ଥ ସୁରକ୍ଷା ସମିତି ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିଥିଲେ । ମଧ୍ୟାହ୍ନରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଏହି ଅବସରରେ ପ୍ରବଚନ ଓ ଭଜନ ପରିବେଷଣ କରାଯାଇଥିଲା। ଉତ୍ସବ କମିଟି ପକ୍ଷରୁ ଶିକ୍ଷାବିତ୍‍୍‍ ସନ୍ତୋଷ କୁମାର ମିଶ୍ର, ଯୋଗଗୁରୁ ବଂଶୀଧର ସାହୁ, ପ୍ରସନ୍ନ ଦାସ, କମଳେଶ ଦାଶ, ରଣଜିତ ପଣ୍ଡା, ଅଭିଷେକ ଲେଙ୍କା, ତାପସ ଦାଶ, ପ୍ରଶାନ୍ତ କୁମାର ମିଶ୍ର, ଶିଶିର କୁମାର ମହାନ୍ତି, ପ୍ରଭାକର ସେଠୀ, କୃଷ୍ଣଚନ୍ଦ୍ର ମିଶ୍ର, ରଜନିକାନ୍ତ ପଣ୍ଡା, ଚିତ୍ତରଞ୍ଜନ ମହାରଣା, ପ୍ରଭାତ ବେହେରା, ବଂଶୀଧର ଦାଶ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶାନ୍ତିଶୃଙ୍ଖଳାର ସହ ଏହି ରଥଯାତ୍ରା ସଂପନ୍ନ ହୋଇଥିବାରୁ କମିଟି ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରାଯାଇଛି ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories