www.samajalive.in
Monday, December 15, 2025
16.1 C
Bhubaneswar

ଅପହଞ୍ଚ ନେଟୱର୍କ : ପାହାଡ ଉପରେ ବ୍ୟାଙ୍କ ସେବା ଯୋଗାଉଛି ମିଶନ ଶକ୍ତି

ଚାନ୍ଦିପୁଟ : ଆଧୁନିକ ଯୁଗରେ ଭାରତର କୋଣ ଅନୁକୋଣରେ ଅତ୍ୟାଧୁନିକ ୫-ଜି ସେବା କାର୍ଯ୍ୟକାରୀ ହେଲାଣି ହେଲେ ଦୁର୍ଗମାଞ୍ଚଳରେ ଏବେ ବି ଅପହଞ୍ଚ ହୋଇ ରହିଛି ମୋବାଇଲ ନେଟୱର୍କ ସେବା। ଏଥିପାଇଁ ଅନେକ ସ୍ଥାନରେ କେଉଁଠି ପାହାଡ଼ ଉପରେ ତ’ ଅନ୍ୟ କେଉଁଠାରେ ଗଛ ଉପରେ ଚାଲିଛି ମିଶନ ଶକ୍ତିର ଵ୍ୟାଙ୍କିଙ୍ଗ ସେବା । ଯାହାଫଳରେ ଗ୍ରାମାଞ୍ଚଳ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ନୀତି ପାହାଡ ଚଢୁଛନ୍ତି ମିଶନ ଶକ୍ତିରେ ନିୟୋଜିତ ଜଣେ ବ୍ୟାଙ୍କ ସଖୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମାଞ୍ଚଳ ମଳାସପଦର ପଞ୍ଚାୟତରେ । ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ଵ୍ୟାଙ୍କିଙ୍ଗ ସେବା ଓ ଡିଜିଟାଲ ସେବା ଯୋଗାଇବା ପାଇଁ ଗତ ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା। ମିଶନ ଶକ୍ତି ତରଫରୁ ମଳାସପଦର ପଞ୍ଚାୟତର ଛଣବଣିଆ ଗାଁର ସନିଆ ଗାନ୍ଧୀ ସ୍ଵୟଂ ସହାୟିକା ମହିଳା ସଂଘର ଚରିତା ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର। ହେଲେ ଦୁଃଖ ଓ ପରିତାପର ବିଷୟ ହେଲା ଅଞ୍ଚଳରେ ନେଟୱର୍କ ସୁବିଧା ନ ଥିବାରୁ ନୀତି ଛଣବଣିଆ ଗାଁ ଠାରୁ ଗୋଟିଏ କି.ମି ପାହାଡ ଚଢ଼ି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଲୋକଙ୍କୁ ସେବା ଯୋଗାଉଛନ୍ତି ।
ପାହାଡ଼ ଶିଖରରେ ଥିବା ଏକ ନିର୍ଦ୍ଦିଷ୍ଟ ଗଛମୂଳକୁ ଗୋଟିଏ ନେଟୱର୍କ ସିଗ୍ନାଲ ଆସୁଥିବା ବେଳେ ଗଛରେ ବନ୍ଧା ହୋଇଛି ମିଶନ ଶକ୍ତିର ବ୍ୟାନର, ଆଉ ଗଛ ଡ଼ାଳରେ ୱାଇଫାଇ ଟଙ୍ଗା ହୋଇଛି । ମୋବାଇଲରେ ନେଟୱର୍କ କନେକ୍ସନ୍ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ଏହି ବ୍ୟାଙ୍କ୍ ସଖୀ ଜଣଙ୍କ । ଏଥିପାଇଁ ବିଭିନ୍ନ ଗାଁର ବୟସ୍କ ନାଗରିକଙ୍କୁ ଭତ୍ତା ଟଙ୍କା, ମନରେଗା ଯୋଜନାରେ ଟଙ୍କା ଉଠାଣ ସମେତ ମୋବାଇଲ୍ ଓ ଟିଭି ରିଚାର୍ଜ ସମେତ ବିଭିନ୍ନ ଡିଜିଟାଲ କ୍ଷେତ୍ରରେ ସେବା ପାଇବା ପାଇଁ ଲୋକଙ୍କୁ ବହୁ କଷ୍ଟରେ ପାହାଡ ଚଢ଼ିବାକୁ ପଡୁଛି । କେବଳ ସେତିକି ନୁହଁ ଅଞ୍ଚଳରେ ନେଟୱର୍କ ନ ଥିବାରୁ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଭଳି ଜରୁରୀକାଳୀନ ସେବାରୁ ପାଇବାରୁ ବଞ୍ଚିତ ହେବାକୁ ପଡୁଛି । ସେହିଭଳି ଛାତ୍ର ଛାତ୍ରୀ ମାନେ ଅନଲାଇନ୍ ପାଠ ପଢିବା ସୁବିଧାରୁ ବଞ୍ଚିତ ହେଉଛନ୍ତି । ବିଶେଷ କରି ଦିବ୍ୟାଙ୍ଗ ମାନେ ଭତ୍ତା  ଟଙ୍କା ପାଇବା ପାଇଁ ପାହାଡ଼ ଚଢିବା ମୁସ୍କିଲ ହେଉଥିବା ବେଳେ ଅଧିକ ଟଙ୍କା ଖର୍ଚ୍ଚାନ୍ତ କରି ଦୂର ସ୍ଥାନକୁ ଯିବାକୁ ପଡୁଛି।
ଭାରତ ବର୍ଷରେ ଏବେ ଅତ୍ୟାଧୁନିକ ହାଇ ସ୍ପିଡ ୫-ଜି ସେବା ଆରମ୍ଭ ହୋଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ୫ଜି ସେବା ତ ଦୂରର କଥା ସାଧାରଣ ନେଟୱର୍କ ସୁବିଧା ଏମାନଙ୍କ ପାଇଁ ସାତ ସପନ ହୋଇଯାଇଛି । ତେବେ ସମସ୍ୟା ନେଇ ଅଞ୍ଚଳବାସୀ ବହୁବାର ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ନିକଟରେ ଅଭିଯୋଗ ଜଣାଇଆସୁଛନ୍ତି ହେଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories