www.samajalive.in
Sunday, December 14, 2025
19.1 C
Bhubaneswar

ନକଲି ନମ୍ବର ପ୍ଳେଟ ଲଗାଇ ଗଞ୍ଜେଇ ଚୋରା ଚାଲାଣ, ଗାଡି ଜବତ ସହ ୨ ଗିରଫ

ମୋହନା: ବାହାର ରାଜ୍ୟର ୨ ଗଞ୍ଜେଇ ମାଫିଆ ଏକ କାରରେ ନକଲି ନମ୍ବର ପ୍ଳେଟ ଲଗାଇ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅଡବା ପୁଲିସ ହାତରେ ଧରାପଡି ଜେଲ ଯାଇଛନ୍ତି। ଗଜପତି ଜିଲା ଅଡବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଅଡବା ଥାନା ଏସ୍ଆଇ ଭାଗ୍ୟଲତା ଦାସଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ନଳାଘାଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ପରମାଗୁଡାରୁ-ଉଲିଆପଦା ପଟେ ଆସୁଥିବା ଏକ ଟାଟା ନେକ୍ସନ କାର ନଂ ଓଡିଠ୨ସିଜି ୫୮୦୨ କୁ ଅଟକାଇଥିଲେ। ଉକ୍ତ କାରଟିକୁ ଯାଞ୍ଚ କଲାବେଳେ ସେଥିରୁ ୧୧୪ କିଲୋ ୮ ଶହ ଗ୍ରାମ ଗଞ୍ଜେଇ ମିଳିଥିଲା।

କାରଟିକୁ ଭଲ ଭାବରେ ଯାଞ୍ଚ କଲାବେଳେ ଉକ୍ତ କାରରେ ନକଲି ନମ୍ବର ପ୍ଳେଟ ଲଗାଯାଇଥିବା ଜଣାପଡିଥିଲା। ଉକ୍ତ ନମ୍ବର ପ୍ଲେଟକୁ ଖୋଲିବା ପରେ କାରର ନମ୍ବର ୟୂପି ୪୭ ଡବ୍ଲ୍ୟୁ ୯୭୭୯ ରହିଥିବା ଦେଖାଯାଇଥିଲା। ଏହାସହ ଏସକର୍ଟ କରୁଥିବା ଏକ ମୋଟର ସାଇକେଲକୁ ମଧ୍ୟ ପୁଲିସ ଜବତ କରିବାରେ ସଫଳ ହୋଇଥିଲା। ଉକ୍ତ ଗଞ୍ଜେଇ ଗଜପତିରୁ ଉତ୍ତରପ୍ରଦେଶ ଫତେପୁର ଚାଲାଣ ହେଉଥିବା ଜଣାପଡିଥିଲା। ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ଫତେପୁରର ଅଭିନାଶ ମୟୁରିଆ ଏବଂ ଦୀପକ କୁମାରକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories