www.samajalive.in
Saturday, December 6, 2025
15.1 C
Bhubaneswar

ନାମ୍ବିଙ୍କୁ ନେଇ ସିନେମା

ବେଳେବେଳେ ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିବା କୌଣସି ଅନ୍ୟାୟର ପ୍ରଭାବ ସାରା ଦେଶର ପ୍ରଗତିରେ ବାଧକ ହୋଇଯାଏ। ଇସ୍ରୋର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣନ୍‍ଙ୍କ ଜୀବନ କାହାଣୀ କିଛି ଏହିପରି। ୧୯୯୪ରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ଜେଲ୍‍ ଯାଇଥିଲେ ନାମ୍ବି। ଏହି ଅଭିଯୋଗରୁ ମୁକୁଳିବା ଲାଗି ତାଙ୍କୁ ୨୪ବର୍ଷ କାଳ ସଂଘର୍ଷ କରିବାକୁ ହୋଇଥିଲା ଏବଂ ଶେଷରେ ତାଙ୍କ ଉପରେ ଆସିଥିବା ଅଭିଯୋଗକୁ ସେ ମିଥ୍ୟା ପ୍ରମାଣିତ କରିପାରିଥିଲେ। ନାମ୍ବିଙ୍କ ଜୀବନକୁ ନେଇ ନିର୍ମିତ ଏହି ସିନେମାର ଟିଜର ମଧ୍ୟ ମୁକ୍ତିଲାଭ କରିଛି। ଅଭିନେତା ଆର୍‍. ମାଧବନ୍‍ ନାମ୍ବିଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ମଙ୍ଗଳ ଅଭିଯାନର ପରିକଳ୍ପନାଠାରୁ ନାମ୍ବିଙ୍କ ଜେଲ୍‍ ଜୀବନ ଯାଏ ସମସ୍ତ କାହାଣୀ ବର୍ଣ୍ଣନା କରାଯାଇଛି। ସିନେମାର ନାମ ରଖାଯାଇଛି ‘ରକେଟ୍ରି: ଦି ନାମ୍ବି ଇଫେକ୍ଟ’। ରକେଟ୍‍ ଲଞ୍ଚ୍‍ ହେବା ସହିତ ଟିଜରର ଦୃଶ୍ୟ ଆରମ୍ଭ ହୋଇଛି। ମଙ୍ଗଳ ଅଭିଯାନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ପ୍ରଥମ ଧାଡି ପରେ ଆର୍‍. ମାଧବନ ନିଜ କଣ୍ଠରେ କାହାଣୀ ଆରମ୍ଭ କରୁଛନ୍ତି। ଜେଲ୍‍ କକ୍ଷର ଝରକାରୁ ବାହାରକୁ ଚାହିଁ ନାମ୍ବି ନାରାୟଣନ୍‍ ନିଜ କାହାଣୀ ଶୁଣାଉଛନ୍ତି- ମୋ ନାଁ ନାମ୍ବି ନାରାୟଣନ୍‍। ମୁଁ ରକେଟ୍ରିରେ ୩୫ବର୍ଷ ବିତାଇଲି, ଆଉ ଜେଲ୍‍ରେ ୫୦ଦିନ ରହିଛି। ଏଇ ୫୦ଦିନ ମୋ ଦେଶ ପାଇଁ କିପରି ଥିଲା, ଏ କାହାଣୀ ତା’ର। ମଙ୍ଗଳରେ ପାଦ ରଖିବା ଲାଗି ୬୭.୧କୋଟି ଡଲାର ଖର୍ଚ୍ଚ କରି ଆମେରିକା ୧୯ଥର ଏବଂ ୧୧.୭କୋଟି ଡଲାର ଖର୍ଚ୍ଚ କରି ରୁଷ୍‍ ୧୬ଥର ଚେଷ୍ଟା କରିଥିବା ବେଳେ ଭାରତ ମାତ୍ର ୭.୪କୋଟି ଡଲାର ଖର୍ଚ୍ଚରେ ୨୦୧୪ ନଭେମ୍ବରରେ ପ୍ରଥମ ଚେଷ୍ଟାରେ ମଙ୍ଗଳକୁ ପହଞ୍ଚିପାରିଥିବା ଏହି ଟିଜରରେ ଦର୍ଶାଯାଇଛି। ଭାରତ ମଙ୍ଗଳ ଅଭିଯାନର ସଫଳତା ଆହୁରି ୨୦ବର୍ଷ ପୂର୍ବରୁ ହାସଲ କରିପାରିଥାନ୍ତା ବୋଲି ନାମ୍ବି କହନ୍ତି। ତାଙ୍କ ଜୀବନ ଏବଂ ଗବେଷଣା ଆଧାରିତ ଏହି ସିନେମାଟି ହିନ୍ଦୀ, ଇଂରାଜୀ, ତେଲଗୁ, ତାମିଲ ଏବଂ ମାଲୟାଲମ ପରି ପାଞ୍ଚଟି ଭାଷାରେ ନିର୍ମିତ ହେଉଛି। ଅନନ୍ତ ମହାଦେବନ ଏବଂ ନିଜେ ଆର୍‌. ମାଧବନ୍‌ ଏହାର ନିର୍ଦେଶନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories