www.samajalive.in
Saturday, December 6, 2025
16.1 C
Bhubaneswar

ଐଶ୍ୱର୍ୟ୍ୟାଙ୍କୁ ନକଲି ମୁଦି!

ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ପାଖରେ ଐଶ୍ୱର୍ୟ୍ୟର ଅଭାବ ନଥିବା ବେଳେ ତାଙ୍କୁ ନକଲି ମୁଦି କିଏ ଦେଲା ବୋଲି ଭାବୁଛନ୍ତି କି! ଆଜି ଐଶ୍ୱର୍ୟ୍ୟାଙ୍କ ଜନ୍ମଦିନ। ୪୫ବର୍ଷରେ ପହଞ୍ଚିଲେ ସେ। ତାଙ୍କ ଜୀବନରେ ଘଟିଥିବା ଏହି ରୋଚକ ଘଟଣା ସମ୍ପର୍କରେ ଜାଣନ୍ତୁ।
ଅଭିଷେକ ଓ ଐଶ୍ୱର୍ୟ୍ୟା ବଲିଉଡ୍‍ର ଆଦର୍ଶ ଦମ୍ପତି ଭାବେ ପରିଚିତ। ତେବେ ବାହାଘର ପାଇଁ ପ୍ରସ୍ତାବ ଦେବାବେଳେ ଅଭିଷେକ ହିଁ ଐଶ୍ୱର୍ୟ୍ୟାଙ୍କୁ ନକଲି ମୁଦି ଦେଇଥିଲେ। ଏକ ସାକ୍ଷାତକାରରେ ଏକଥା ସ୍ୱୀକାର କରିଛନ୍ତି ଅଭିଷେକ। ୨୦୦୭ ମସିହାରେ ମୁଦି ଧରି ସେ ଐଶ୍ୱର୍ୟ୍ୟାଙ୍କୁ ବିବାହ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ତେବେ ମୁଦିଟି ସୁନା କିମ୍ବା ହୀରାର ନଥିଲା।
ଅସଲରେ ଦୁହେଁ ସେତେବେଳେ ‘ଗୁରୁ’ ସିନେମାର ଶୁଟିଂରେ ବ୍ୟସ୍ତ ଥିଲେ। ତେଣୁ ପ୍ରସ୍ତାବ ଦେବା ପାଇଁ ମୁଦି କିଣିବାକୁ ବେଳ ପାଇଲେନି ଅଭିଷେକ। ଶୁଟିଂରେ ବ୍ୟବହାର ହେଉଥିବା ଏକ ନକଲି ମୁଦି ନେଇଆସିଲେ। ଟରଣ୍ଟୋରେ ‘ଗୁରୁ’ ସିନେମାର ପ୍ରିମିୟର ପରେ ଐଶ୍ୱର୍ୟ୍ୟାଙ୍କୁ ନିଜ ହୋଟେଲ ରୁମ୍‍ରେ ବିବାହ ପ୍ରସ୍ତାବ ଦେଇଥିଲେ ସେ। ଐଶ୍ୱର୍ୟ୍ୟା ମଧ୍ୟ ନିଜ ସାକ୍ଷାତକାରରେ ଅଭିଷେକଙ୍କୁ ଖୁବ୍‍ ବାସ୍ତବବାଦୀ ବୋଲି ଦର୍ଶାଇଛନ୍ତି। ସେମାନଙ୍କ ସମ୍ପର୍କ ବି ବାସ୍ତବତାର ଭିତ୍ତି ଉପରେ ରହିଛି ବୋଲି କହିଛନ୍ତି ସେ। ନିକଟରେ ଅଭିଷେକ ପରମ୍ପରା ଭାଙ୍ଗି ଐଶ୍ୱର୍ୟ୍ୟାଙ୍କ ସହିତ କରବାଚୌଥ ବ୍ରତ ପାଳନ କରିଥିଲେ। ଉଭୟ ଏକାଠି ଏକାଧିକ ସିନେମାରେ ଅଭିନୟ କରିଥିବା ବେଳେ ସେମାନଙ୍କର ଆଗାମୀ ଫିଲ୍ମ ‘ଗୁଲାବ ଜାମୁନ୍‍’କୁ ନେଇ ଚର୍ଚ୍ଚା ଚାଲିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories