www.samajalive.in
Friday, December 5, 2025
27.1 C
Bhubaneswar

କାର୍ତ୍ତିକରେ କରନ୍ତୁ ଏ ପାଞ୍ଚଟି କାମ

ଧର୍ମମାସ କାର୍ତ୍ତିକ ଆରମ୍ଭ ହୋଇସାରିଛି। ଅନେକେ ଆମିଷ ତ୍ୟାଗ କରିବା ସହିତ ହବିଷିଆଳିମାନେ ତାଙ୍କର ବ୍ରତ ଆରମ୍ଭ କରିଦେଇଛନ୍ତି। ହିନ୍ଦୁ ଶାସ୍ତ୍ରରେ ଏହି ମାସଟି ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ତେଣୁ ଏପରି ପାଞ୍ଚଟି କାମ କାର୍ତ୍ତିକ ମାସରେ କରନ୍ତୁ ଯାହା ଆପଣଙ୍କୁ ପୁଣ୍ୟଫଳ ପ୍ରଦାନ କରିବ।
ଆରୋଗ୍ୟ ପ୍ରାପ୍ତି ଏବଂ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ଏହି ମାସରେ ପ୍ରତିଦିନ ସୂ​‌େ​‌ର୍ଯ୍ୟାଦୟ ପୂର୍ବରୁ ଗଙ୍ଗା, ଯମୁନା, ଗୋଦାବରୀ, କାବେରୀ ଆଦି ପବିତ୍ର ନଦୀରେ ସ୍ନାନ କରିବାକୁ ଗୁରୁତ୍ବ ଦିଆଯାଇଛି। ସ୍ନାନ କରିବା ପରେ ବିଧିମୁତାବକ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ।
କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ପୂଜା ଲାଗି ସମର୍ପିତ। ସେ ବୃନ୍ଦା ବା ତୁଳସୀଙ୍କ ହୃଦୟରେ ଶାଳଗ୍ରାମ ରୂପେ ଅବସ୍ଥାନ କରନ୍ତି। ତେଣୁ ଏହି ମାସରେ ସକାଳ ଓ ସନ୍ଧ୍ୟାରେ ତୁଳସୀ ମୂଳରେ ଶୁଦ୍ଧ ଘିଅର ଦୀପ ଜଳାଇ ପୂଜା କରନ୍ତୁ ଏବଂ ଭଗବାନଙ୍କୁ ଭୋଗ ଲଗାଇବା ବେଳେ ସେଥିରେ ତୁଳସୀ ଦଳ ନିଶ୍ଚୟ ଅର୍ପଣ କରିବେ।
ପବିତ୍ର ଏବଂ ଧର୍ମମାସ କାର୍ତ୍ତିକରେ ନିଜର ପବିତ୍ରତା ରକ୍ଷା ସହିତ ଆଚରଣର ଶୁଦ୍ଧତା ପ୍ରତି ଧ୍ୟାନ ଦିଅନ୍ତୁ। ଆଚରଣ ପବିତ୍ର ରହିଲେ ମନ ଏବଂ ବୁଦ୍ଧିର ସମସ୍ତ ବିକାର ଦୂର ହୋଇଯାଏ। ଏପରି କୌଣସି କାମ କରନ୍ତୁ ନାହିଁ ଯାହା ଅନ୍ୟ ପ୍ରାଣୀଙ୍କୁ କଷ୍ଟ ଦେବ। ସାତ୍ତ୍ବିକ ଆହାର ଗ୍ରହଣ କରନ୍ତୁ।
ବିଳାସପୂର୍ଣ୍ଣ ଜୀବନକୁ ତ୍ୟାଗ କରି ଭୂମିରେ ଶୟନ କରି ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଲାଗି ପ୍ରାକୃତିକ ଧାରାରେ ଜୀବନ ଜିଇବା ଜରୁରୀ।
କାର୍ତ୍ତିକ ମାସ ଋତୁ ପରିବର୍ତ୍ତନର ସମୟ ହୋଇଥିବାରୁ ଏହି ମାସରେ ଗରିଷ୍ଠ ଏବଂ ତେଲମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହନ୍ତୁ। ଡାଲି ବଦଳରେ ଜହ୍ନି, କୋବି, ଶିମ୍ବ, ମଟର, ମୂଳା, ପାଣିସିଙ୍ଗଡା, ଅଁଳା, ଆଖୁ, କନ୍ଦମୂଳ ଆଦି ଖାଇବା ଉଚିତ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories