ସ୍ୱାସ୍ଥ୍ୟ ସେବାରେ ଗ୍ରାମାଞ୍ଚଳ ମହିଳାଙ୍କୁ ସଚେତନ କରି ଜାତୀୟ ସ୍ତରରେ ପୁରସ୍କୃତ

ପାତ୍ରପୁର: ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଗୁଡିପଦର ସିଏଚଓ ଆର.ତ୍ରିବେଣୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ସାରା ରାଜ୍ୟରେ ସେ କେବଳ ଏହି ପୁରସ୍କାର ପାଇ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଦିଲ୍ଲୀରେ ୟୁଏସଆଇଡି ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଏକ ସ୍ୱତନ୍ତ୍ର ଉତ୍ସବରେ ତ୍ରିବେଣୀକୁ ପୁରସ୍କୃତ କରାଯାଇଛି।

prayash

ଗ୍ରାମାଞ୍ଚଳର ମହିଳାମାନଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଜନା ସମ୍ପର୍କରେ ଅବଗତ କରାଇବା ଏବଂ ସେମାନଙ୍କୁ ସଶକ୍ତ କରିବା ଦିଗରେ ତ୍ରିବେଣୀଙ୍କ ପ୍ରଶଂସନୀୟ କାର୍ୟ୍ୟକୁ ଉକ୍ତ ଉତ୍ସବରେ ଦିଲ୍ଲୀ ସରକାରଙ୍କ ପଦାଧିକାରୀ, ମହିଳା କମିଶନ ଓ ୟୁଏସଆଇଡ଼ି କର୍ତ୍ତୃପକ୍ଷ ଭୁୟସୀ ପ୍ରଶଂସା କରିଥିଲେ ।

ଦେଶର ୨୧ ଜଣ ପୁରସ୍କୃତ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଓଡିଶାରୁ ଜଣେ ନିଜ କାର୍ୟ୍ୟପାଇଁ ପୁରସ୍କୃତ ହୋଇଥିବାରୁ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡା.ସମ୍ବିତ ବେଗରାୟ ଶୁଭେଚ୍ଛା ଜଣାଇଛନ୍ତି । ଜାତୀୟ ସ୍ତରରେ ପୁରସ୍କୃତ ହେବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ତ୍ରିବେଣୀ କହିବା ସହିତ ଏଭଳି କାର୍ଯ୍ୟ ସେ ଆଗକୁ ମଧ୍ୟ ଜାରି ରଖିବେ ବୋଲି ସେ ପ୍ରକାଶ କରିଛନ୍ତି।

kalyan agarbati

Comments are closed.