୧୭ରୁ ଜାତୀୟ ସ୍ତରର ସାଂସ୍କୃତିକ ପର୍ବ ହୀରାକୁଦ ମହୋତ୍ସବ

ହୀରାକୁଦ: ଝୁମିବେ ଦର୍ଶକ,ଦୁଲିକିବ ହୀରାକୁଦ। ପ୍ରଥମ ଥର ପଶ୍ଚିମ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରର ସାଂସ୍କୃତିକ ପର୍ବ ହୀରାକୁଦ ମହୋତ୍ସବ। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୭ରୁ ୧୯ ତାରିଖ ପର୍ୟ୍ୟନ୍ତ ହୀରାକୁଦ ସ୍ଥିତ ଜବାହର ଉଦ୍ୟାନ ଠାରେ ପ୍ରତି ସନ୍ଧ୍ୟା ୭ ଟାରୁ ୯.୩୦ ପର୍ୟ୍ୟନ୍ତ ବିଭିନ୍ନ ନୃତ୍ୟ, ଗୀତ ପରିବେଷଣ କରାଯିବ। ଜିଲା ସଂସ୍କୃତି ପରିଷଦ ସମ୍ବଲପୁର ଓ ସମ୍ବଲପୁର ମହାନଗର ନିଗମ ସହଯୋଗରେ ଏହି କାର୍ୟ୍ୟକ୍ରମ କରାଯାଉଛି। ସର୍ବ ଭାରତୀୟ ସ୍ତରରେ ସ୍ବୀକୃତି ପାଇଥିବା ବିଶିଷ୍ଟ ଶିଳ୍ପୀ ଏଥିରେ ସାମିଲ ହେବେ ବୋଲି ଜିଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ।

prayash

୧୭ ତାରିଖ ପ୍ରଥମ ସନ୍ଧ୍ୟାରେ କୋଲକାତାର ଶର୍ମିଳା ବିଶ୍ୱାସ ଓ ଗ୍ରୁପ ଓଡିଶୀ ନୃତ୍ୟ, ଚେନ୍ନାଇର ରମା ବୈଦ୍ୟନାଥନ ଓ ଗ୍ରୁପ ଭାରତନାଟ୍ୟମ ନୃତ୍ୟ, ସମ୍ବଲପୁରର ରଞ୍ଜନ କୁମାର ସାହୁ ଓ ଗ୍ରୁପ ସମ୍ବଲପୁରୀ ଲୋକ ନୃତ୍ୟ ଓ ସଂଗୀତ, ନୂଆ ଦିଲ୍ଲୀ ର ଅନୁପ ରଞ୍ଜନ ପାଣ୍ଡେ ଓ ସାଥୀ ଲୋକ ନୃତ୍ୟ (ବସ୍ତର ବ୍ୟାଣ୍ଡ ) ଏବଂ ରାୟଗଡା ର ଜେ ସୁକାନ୍ତ ଓ ସାଥୀ ଲୋକ ନୃତ୍ୟ ପ୍ରଦର୍ଶନ କରିବେ।
୧୮ ତାରିଖରେ ପୁନେର ଶାମା ଭଟେ ଓ ସାଥୀ କଥକ ନୃତ୍ୟ, କଟକ ର ଜ୍ୟୋସ୍ନା ସାହୁ ଓ ସାଥୀ ଓଡିଶୀ ନୃତ୍ୟ, ବଲାଙ୍ଗୀର ର ବାସୁଦେବ ସା ଓ ଗ୍ରୁପ ଲୋକ ନୃତ୍ୟ, ଖେମୁଣ୍ଡି ଲୋକ କଳା ଏକାଡେମୀ ଗଞ୍ଜାମ ର ଏସ. କ୍ଷୀରୋଦ ଦୋରା ଓ ଗ୍ରୁଓ ଦ୍ବାରା ଲୋକ ନୃତ୍ୟ, ଝାରଖଣ୍ଡ ର ସଞ୍ଜୟ ଶର୍ମା ଓ ସାଥୀ କଳାକାର ଙ୍କ ଦ୍ୱାରା ଲୋକ ନୃତ୍ୟ ପରିବେଷଣ କରାଯିବ।

ସେହିପରି ୧୯ ତାରିଖରେ ତଥା ଅନ୍ତିମ ସନ୍ଧ୍ୟାରେ ରୁଦ୍ରାକ୍ଷ ଫାଉଣ୍ଡେସନ ପକ୍ଷରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ ଗ୍ରୁଓ ଦ୍ୱାରା ଓଡିଶୀ ନୃତ୍ୟ, ଅଞ୍ଜଳି ସୋସାଇଟି କୋଲକାତାର ଫର ମଣିପୁରୀ ନୃତ୍ୟ ଓ ମୁଭ. ଥେରାପି କଲକାତା ପକ୍ଷରୁ ପ୍ରୀତି ପଟେଲ ଓ ସାଥୀ କଳାକାର ଦ୍ୱାରା ମଣିପୁରୀ, ବରଗଡର ମା ସମଲେଶ୍ୱରୀ ନୁପୁରକଳା ପରିଷଦ ପକ୍ଷରୁ ରବୀନ୍ଦ୍ର ବାଗ ଓ ସାଥୀ ଙ୍କ ଦ୍ୱାରା ଲୋକ ନୃତ୍ୟ, ହଜାଗିରି ତ୍ରିପୁରାର ପରିମଲ ଦେବବର୍ମା ଓ ସାଥୀ ପରିବେଷଣ କରିବେ ଲୋକ ନୃତ୍ୟ ଏବଂ ମାଲକାନଗିରି ର ବିକାସ କୁମାର ମିଶ୍ର ଓ ସାଥୀ ଙ୍କ ଦ୍ୱାରା ଲୋକ ନୃତ୍ୟ(ମାର୍ଶିଆଲ ଆର୍ଟ ) କଳା ପ୍ରଦର୍ଶନ କରିବେ। ଏହାର ସିଧା ପ୍ରସାରଣ ଡ଼ିଡ଼ି ଭାରତୀରେ କରାଯିବ।

kalyan agarbati

Comments are closed.