ଶିଶୁ କନ୍ୟାକୁ ହତ୍ୟା ପରେ ମା’ର ଆତ୍ମହତ୍ୟା
ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଥାନା ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର ଲଛମଣି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ବର୍ଷର ଝିଅକୁ ମାରି ମା’ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଏହି ଗ୍ରାମର କାମଦେବ ସାଉନ୍ତାଙ୍କ ପୁଅ ଦିନେଶ ସାଉନ୍ତାଙ୍କ ପତ୍ନୀ ପଦ୍ମା ସାଉନ୍ତା ତାଙ୍କର ଦୁଇ ବର୍ଷର ଝିଅ ମେରି ସାଉନ୍ତାଙ୍କୁ ହତ୍ୟା କରିବା ପରେ ନିଜେ ଏକ ଶାଢ଼ୀରେ ଝୁଲି ଆତ୍ମହତ୍ୟା କରିଥିବା ମୃତା ପଦ୍ମାଙ୍କ ସ୍ବାମୀ ପ୍ରକାଶ କରିଛନ୍ତି। ତେବେ ପଦ୍ମାଙ୍କ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି।
ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ଡୁମୁରିପଦର ଗ୍ରାମର କାମିଡି ହିକକାଙ୍କ ଏକମାତ୍ର ଝିଅ ପଦ୍ମା କାକିରିଗୁମା ଥାନାର ଲଛମଣି ଗ୍ରାମର ଆଦିବାସୀ ସାହିର କାମଦେବ ସାଉନ୍ତାଙ୍କ ପୁଅ ଦିନେଶକୁ ପ୍ରାୟ ୩ ବର୍ଷ ତଳେ ବିବାହ କରିଥିଲେ। ଏମାନଙ୍କ ଏକ ଝିଅ ମେରି ଯାହାର ବୟସ ପ୍ରାୟ ଦୁଇବର୍ଷର ହେବ। ପଦ୍ମା ମଙ୍ଗଳବାର ଦିନ ତାଙ୍କ ବାପ ଘର ଡୁମୁରିପଦରକୁ ଆସି ବୁଧବାର ଶାଶୁଘରକୁ ଫେରିଥିଲା।
ପଦ୍ମା କୁଆଡ଼େ ଲଛମଣି ଗ୍ରାମର ଦିନେଶଙ୍କ ଘର ଠାରୁ ଅଳ୍ପ ଦୂର ଜଣେ ଯୁବକ ଯେ କି ହାଇଦ୍ରାବାଦରେ ରହୁଛି ତାଙ୍କ ସହିତ ଫୋନରେ କଥା ହେଉଥିବ ଦେଖିବାକୁ ପାଇଥିଲେ। ଯେଉଁଥିପାଇଁ ତାଙ୍କ ପତ୍ନୀଙ୍କୁ ଏନେଇ ପଚାରିବା ସହିତ ଉଭୟଙ୍କ ମଧ୍ୟରେ ବୁଧବାର ରାତିରେ ପାଟି ତୁଣ୍ଡ ହୋଇଥିଲା।
ଦିନେଶର କହିବା କଥା ସେ ସକାଳେ କାକିରିଗୁମା ଆସିଥିବା ବେଳେ ପଦ୍ମା ଘର ଭିତରୁ ଗେଡା ଦେଇଥିଲା। ଦିନେଶ ପଡୋଶୀ ଲୋକଙ୍କୁ ଡାକି ଶାବଳ ସାହାଯ୍ୟରେ କବାଟ ତାଡି ଦେଖିଲା ବେଳକୁ ମା’ ଓ ଝିଅ ଘରେ ଦୁଇଟି ଲୁଗାରେ ଝୁଲୁଥିବା ଦେଖି କାଳେ ବଞ୍ଚି ଥିବେ ବୋଲି ତଳକୁ ଓହ୍ଲାଇ ଦେଇଥିଲେ। କିନ୍ତୁ ଦେଖିଲା ବେଳକୁ ଉଭୟ ମୃତ। ଏହି ଘଟଣା ସମ୍ପର୍କରେ ଦିନେଶ କାକିରିଗୁମା ଥାନାରେ ଜଣାଇବା ପରେ ଥାନା ଅଧିକାରୀ ଦାମୋଦର ବିହାରୀ, ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ।
କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଆସି ସହିତ ସ୍ଥାନୀୟ ତହସିଲଦାର ତହସିଲଦାର ତପନ କୁମାର ନାୟକଙ୍କ ଉପସ୍ଥିତିରେ ପାରିପାର୍ଶ୍ବିକ ସ୍ଥିତି ଦେଖାଯିବା ସହିତ ଦୁଇଟି ମୃତ ଦେହକୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟବଛେଦ ପରେ ସ୍ବାମୀ ଜୀମା ଦିଆଯାଇଛି। ପଦ୍ମାଙ୍କ ବାପା ତାଙ୍କ ଅଭିଯୋଗ ତାଙ୍କ ଜ୍ବାଇଁ ଝିଅ ଓ ନାତୁଣୀକୁ ହତ୍ୟା କରି ମିଛରେ ଆତ୍ମହତ୍ୟା ରୂପ ଦେଇଛନ୍ତି ବୋଲି ଅଭିଯୋଗକୁ ଭିତ୍ତି କରି କାକିରିଗୁମା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ତଦନ୍ତ କାରୀ ତଥା ଥାନା ଅଧିକାରୀ ଶ୍ରୀ ବିହାରୀ ପ୍ରକାଶ କରିଛନ୍ତି। ତେବେ ତଦନ୍ତ ଜାରି ରହିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡିବ।
ସୂଚନା ଯୋଗ୍ୟ ଏହି ଭଳି ଏକ ଘଟଣା ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ତୋୟାପୁଟ ଗ୍ରାମରେ ଘଟିଥିଲା। ଏଠାରେ ଲିଙ୍ଗରାଜ ବିଷୋଇ ନାମକ ତାଙ୍କ ଯୁବକ ଫେବୃଆରୀ ୧୨ ତାରିଖ ଦିନ ତାଙ୍କ ପତ୍ନୀ ଓ ଝିଅକୁ ମାରି ନିଜେ ଆତ୍ମହତ୍ୟା କରିଥିଲେ।
Comments are closed.