ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା
ଗୁରୁଡିଝାଟିଆ : ସତର୍କତା,ସାବଧାନତା ଓ ଉପସ୍ଥିତ ବୁଦ୍ଧି ବଳରେ ସଡକ ଦୁର୍ଘଟଣାକୁ ଦୂରେଇ ରଖିପାରିବା । ସମସ୍ତେ ସଡକ ସୁରକ୍ଷା ନିୟମ ମାନିବା ସହ ଅନ୍ୟମାନଙ୍କୁ ଜଣାଇବା, ମଦ୍ୟପାନ କରି ଗାଡି ଚଳାଇବା ନାହିଁ, ଜୀବନ ଅମୂଲ୍ୟ, ସଡକ ଦୁର୍ଘଟଣାରେ ବହୁ ପରିବାର ଭାସିଯାଉଛି। ଏଥିରୁ ସୁରକ୍ଷା ପାଇଁ ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର କରିବା, ମୋବାଇଲ ଠାରୁ ଦୂରରେ ରହିଲେ ସଡକ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଜି ଖୁଣ୍ଟୁଣୀ ରାଧାନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ଗାଁରେ ବୁଲିବୁଲି ସ୍ଲୋଗାନ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ସୌମେନ୍ଦ୍ର କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ସାମଲ, ଅମୃତା ମିଶ୍ର, ସୌଦାମିନି ଦାସ, ଲିପସା ପ୍ରିୟଦର୍ଶିନି, ଅର୍ଚ୍ଚନା ପ୍ରିୟଦର୍ଶିନୀ, ରଶ୍ମୀରାଣୀ ପୃଷ୍ଟି, ରମେଶ ଚନ୍ଦ୍ର ଦାସ, ଅନସ୍ବୟା ଦେଇ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସେହିଭଳି ଆଠଗଡ ଅଗ୍ନି ସେବାଶମ ଅଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ବିଦ୍ୟାର୍ଥୀମାନଙ୍କୁ ଆପତକାଳୀନ ଅଗ୍ନିକାଣ୍ଡ, ଏହାର ମୁକାବିଲା ଓ ଅନ୍ୟକୁ କିଭଳି ଭାବରେ ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେ ସଂପର୍କିତ ଜ୍ଞାନ କୌଶଳର ଶିକ୍ଷା ପ୍ରଦାନ କରାଯାଇଛି।
Comments are closed.