ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠର ୧୦ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଗୁରୁଡିଝାଟିଆ : ମାଟ୍ରିକ ପରୀକ୍ଷାରେ ସକାରାତ୍ମକ ଢଙ୍ଗରେ ସମସ୍ତ ପ୍ରଶ୍ନକୁ ପଢି ସଠିକ୍ ଉତ୍ତର ପ୍ରଦାନ କରିବା, ବିଦ୍ୟାଳୟର ନାମ ରଖିବା ସର୍ବୋପରି ମାଟି ମାଆର ଋଣ ସୁଝିବା କ୍ଷେତ୍ରରେ ବଳିଷ୍ଠ ଭୂମିକା ତୁଲାଇବା ପାଇଁ ବାଳିସ୍ଥିତ ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠର ୧୦ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ବିଦାୟକାଳୀନ ଉତ୍ସବରେ ଉପସ୍ଥିତ ଶିକ୍ଷକମାନେ ମତପ୍ରକାଶ କରିଛନ୍ତି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ବେହେରା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ କିଭଳି ପରୀକ୍ଷାର ସମ୍ମୁଖିନ ହେବ, ଅତ୍ୟଧିକ ଚାପ ଗ୍ରହଣ ନକରି ସ୍ୱଭାବ ସୁଲଭ ଶୈଳୀରେ ଉତ୍ତର ଲେଖିଲେ ସଫଳତା ମିଳିପାରିବ ବୋଲି କହିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସୁକାନ୍ତି ବେଉରା, ପଦ୍ମିନୀ ରାଉତ, ବିନୟ କୁମାର କରଣ, ସୁନନ୍ଦା ବେହେରା, ଇତିଶ୍ରୀ ଦାସ, ଲକ୍ଷ୍ମୀପ୍ରିୟା ଜେନା, ନୟନତାରା ରାଉତ, ଗୌତମ ବେହେରା, ଚିତ୍ତରଞ୍ଜନ ମହାନ୍ତି, ପରମାନନ୍ଦ ବେଉରା ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ୧୦ମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସଫଳ ଭବିଷ୍ୟତ କାମନା କରିଥିଲେ।
Comments are closed.