www.samajalive.in
Monday, December 15, 2025
24.1 C
Bhubaneswar

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ବଡନାୟକ ଗୁଡା ଗାଁର ଯୁବକ ଚିନୁ ନାଣକା(୧୮)ଙ୍କର ଶୁକ୍ରବାର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ବାପା ଦାନୁ ନାଣକାଙ୍କ କହିବା ଅନୁଯାୟୀ, ଆଜି ସକାଳୁ ବିଦ୍ୟୁତ ନଥିବା ବେଳେ ପରିବାର ଲୋକେ ମିଶି ଘର ଭିତରେ ଧାନ ଓଜନ କରୁଥିବା ବେଳେ ଅଚାନକ ଅପରାହ୍ନ ସମୟରେ ବିଦ୍ୟୁତ ଚାଲିଆସିଥିଲା । ବିଦ୍ୟୁତ ଆସିଥିବା କେହି ହେଲେ ଜାଣିପାରିନଥିଲେ । ଧାନ ଓଜନ କରୁଥିବା ବେଳେ ଯୁବକ ଚିନୁ ନାଣକାଙ୍କ ମୁଣ୍ଡରେ ବିଦ୍ୟୁତ ତାର ବାଜିବାରୁ ଯୁବକ ଛିଟ୍‌କି ପଡ଼ିଥିଲେ। ଯାହା ଫଳରେ ଚିନୁ ଘରର କାନ୍ତରେ ପିଟି ହୋଇଯାଇଥିଲେ। ଏହାପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ଏକ ଅଟୋ ସାହାଯ୍ୟରେ ତାଙ୍କୁ ନେଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ଏଏସଆଇ ଅଶୋକ କୁମାର ନାୟକ ପହଞ୍ଚି ସମସ୍ତ ତଥ୍ୟ ଅନୁଧ୍ୟାନ କରିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories