www.samajalive.in
Sunday, December 14, 2025
19.1 C
Bhubaneswar

ବିଦାୟକାଳୀନ ସମ୍ବର୍ଦ୍ଧନାରେ କୋହ ସମ୍ଭାଳି ପାରିଲେନି ବିଦ୍ୟାର୍ଥୀ

ଲଡୁଗାଁ :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢାରାଜା ହାଇସ୍କୁଲର ୬୮ ଛାତ୍ରଛାତ୍ରୀ ଚଳିତ ବର୍ଷ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବେ,  ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯିବେ। ସ୍କୁଲ ଓ ଜୁନିୟର ପିଲାଙ୍କ ତରଫରୁ ଏମାନଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆଯୋଜନ କରାଯାଇଥିଲା। ତେବେ ଭାବପ୍ରବଣ ହୋଇ କୋହ ସମ୍ଭାଳି ନ ପାରି ଛାତ୍ରଛାତ୍ରୀମାନେ କଇଁ କଇଁ ହୋଇ କାନ୍ଦିବା ଆରମ୍ଭ କରିଥିଲେ। ଆଜି ତାଙ୍କ ହାଇସ୍କୁଲର ଶେଷ ଦିନ ଜାଣି ଛାତ୍ରଛାତ୍ରୀମାନେ କାନ୍ଦିକାନ୍ଦି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କୁଣ୍ଢାଇ ପକାଉଥିଲେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭଲ ପାଇବା ସହ ଛାତ୍ରଛାତ୍ରୀ ଶିକ୍ଷକତାକୁ ଭୁଲି ନଥିଲେ। ଏ ସବୁ କଥା ପିଲାଙ୍କ କାନ୍ଦରୁ ବେଶ୍ ବାରି ହୋଇଯାଉଥିଲା। କେବଳ ପିଲା ନୁହଁନ୍ତି ପିଲାଙ୍କୁ ଧରି ସ୍କୁଲର ଶିକ୍ଷକମାନେ ମଧ୍ୟ  କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଏ ଦୃଶ୍ୟ ଦେଖିଲେ ଏମିତି ଲାଗୁଥିଲା ସତେ ଯେମିତି ସେଇ ପୁରୁଣା ଗୁରୁକୁଳ ପରମ୍ପରା ପୁଣି ଥରେ ଫେରି ଆସିଛି। ପରୀକ୍ଷାରେ ଭଲ ନିମ୍ବର ରଖି ଉତ୍ତୀର୍ଣ୍ଣ ହେବାପାଇଁ ଶିକ୍ଷକ ମାନେ ପିଲାମାନଙ୍କୁ ଆଶୀର୍ବାଦ ଦେବା ସହିତ ବିଜୟର ଚିତା ଲଗାଇଥିଲେ। ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ସ୍କୁଲ ପରିସରରେ ସ୍ମୃତି ସଦୃଶ ବୃକ୍ଷ ଚାରା ରୋପଣ କରିଥିଲେ। ଗୋଟିଏ ପଟେ ସ୍କୁଲରେ ଶେଷ ଦିନ ଓ ଅନ୍ୟ ପଟେ ଛୋଟ ଛୋଟ ଭାଇ ଭଉଣୀଙ୍କୁ ବିଦାୟକାଳୀନ ଅବସର ବେଶ ନିଆର ଦୃଶ୍ୟ ସୃଷ୍ଟି କରିଥିଲା।
ଏ ଦୃଶ୍ୟ ଦେଖି ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସହ ଉପସ୍ଥିତ ଥିବା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା ।  ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସଭାପତିତ୍ବରେ ଏହି ସଭା ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ବକ୍ତା ଚିତ୍ତରଞ୍ଜନ ଠାକୁର, ବରିଷ୍ଠ ଶିକ୍ଷକ ଅଶ୍ଵିନ କୁମାର ଦାସ, ପ୍ରଶାନ୍ତ କୁମାର ପଣ୍ଡା, ଲୋକନାଥ ରାଉତ, ସୁରଜ ତାଣ୍ଡିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ, ସାମ୍ବାଦିକ କିଶନ କୁମାର ପଟ୍ଟନାୟକ  ତଥା ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ସେହିପରି ଲଡୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଦଶମ ଶ୍ରେଣୀର ୬୫ ଜଣ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories