www.samajalive.in
Monday, December 15, 2025
17.1 C
Bhubaneswar

ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ

କଲମପୁର: କଲମପୁର ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟଠାରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କଲମପୁର ପୁଲିସ ଥାନା ଅଧିକାରୀ ଯୁଗଳ କିଶୋର ଶବର ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଅନ୍ୟତମ ଅତିଥି ଭାବେ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କଲମପୁର ଗୀତା ପାଠଶାଳାର ସଂଚାଳିକା ବ୍ରହ୍ମକୁମାରୀ ରୋଜି ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବିଦିତା ହଂସ, କ୍ଷେତ୍ର ପରିଦର୍ଶିକା ସୂର୍ଯ୍ୟକାନ୍ତି ବେହେରା, ପୂର୍ବତନ ସରପଂଚ ଚତୁର୍ଭୁଜ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଭାରପ୍ରାପ୍ତ ଶିଶୁ ବିକାଶ ଅଧିକାରୀ ତଥା କ୍ଷେତ୍ର ପରିଦର୍ଶିକା ବାସନ୍ତୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ରର କର୍ମୀ, ସହାୟିକା, ମିଶନ ଶକ୍ତି ର କାର୍ଯ୍ୟକର୍ତା ଏବଂ ମହିଳା ଗୋଷ୍ଠିର ସଦସ୍ୟାମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ମାନେ ସଜାଗ ରହିଲେ ଅନେକ ମାତ୍ରରାରେ ହିଂସା ହ୍ରାସ ପାଇବ। ଏହାସହ ସରକାରଙ୍କ ବିଭିନ୍ନ ଯୋଜନା ମହିଳାମାନଙ୍କ ମାଧ୍ୟମରେ ସଫଳ ହେଇ ପାରିବ। ପୁଲିସକୁ ଯଦି ମହିଳା ମାନେ ସହଯୋଗ କରନ୍ତି ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୁରିଯିବ ବୋଲି ଥାନା ଅଧିକାରୀ ଶ୍ରୀ ଶବର ବୁଝାଇଥିଲେ। ଏହାସହ ବାଲ୍ୟ ବିବାହ ଏକ କୁପ୍ରଥା ତେଣୁ ଏହାର ବିରୋଧରେ ସମସ୍ତେ ଏକଜୁଟ ହେବା ଯୋଗ ଶକ୍ତି ବୃଦ୍ଧି କରି ପ୍ରତ୍ୟେକ ପରିବାରରେ ଶାନ୍ତିର ବାର୍ତା ପହଞ୍ଚାଇବା ମହିଳାମାନଙ୍କ ପ୍ରମୁଖ କାର୍ଯ୍ୟ ହେଉ ବୋଲି ବ୍ରହ୍ମକୁମାରୀ ରୋଜି ମତ ଉପସ୍ଥାପନ କରିଥିଲେ। ଆଜି ନାରୀମାନଙ୍କ ପ୍ରତି ଅସାମାଜିକ ତତ୍ୱଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ତେଣୁ ନାରୀକୁ ସଶକ୍ତ ହେବାକୁ ପଡ଼ିବ। ନାରୀ ଶକ୍ତି ଜାଗୃତ ହେଲେ ମହିଷାସୁର ଭଳି ଅସାମାଜିକ ବ୍ୟକ୍ତିଙ୍କ ପ୍ରଭାବ କ୍ଷୁର୍ଣ୍ଣ ହେବ ବୋଲି ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ କର୍ମକର୍ତା ସକ୍ରିୟ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories