ହରଭଙ୍ଗା ବ୍ଲକ ପ୍ରାଣୀ ସମ୍ପଦ ବିକାଶ ତରଫରୁ ଗୋବନ୍ଧ୍ୟା ନିରାକରଣ ଓ ପ୍ରାଣୀ ସ୍ଵାସ୍ଥ୍ୟ ଶିବିର
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସାକୁଷୀଙ୍ଗା ଗ୍ରାମରେ ଏକ ଗୋଵନ୍ଧ୍ୟା ନିରାକରଣ ଓ ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ହରଭାଙ୍ଗା ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ବିରେନ୍ଦ୍ର କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରଭାସ କୁମାର ବେହେରା, ମୁଖ୍ୟ ଵକ୍ତା ଭାବେ ବାଉଁଶୁଣି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରିୟବ୍ରତ ବେହେରା ଯୋଗଦେଇ ଉପସ୍ଥିତ ଗୋ ପାଳକ ମାନଙ୍କୁ ବିଭିନ୍ନ ଗୋଗ ଓ ତାର ନିରାକରଣ ଉପରେ ସଚେତନ କରିଥିଲେ। ଏହାପରେ ଉପସ୍ଥିତ ପ୍ରାଣୀ ଚିକିତ୍ସକ ଡ଼ା ବେହେରା, ଧଳପୁର ଭାରପ୍ରପ୍ତ ପ୍ରାଣୀ ଧନ ନିରୀକ୍ଷକ ନିରଞ୍ଜନ ପାତ୍ର, ପୂର୍ବତନ ପ୍ରାଣୀ ଧନ ନିରୀକ୍ଷକ ନାରାୟଣ ବାରିକ ପ୍ରାଣୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ବିଭାଗର ସହାୟକ ନିର୍ମଳ ପ୍ରଧାନ, ସଞ୍ଜୟ ସାହୁ, ଲକ୍ଷ୍ମଣ ମଲ୍ଲିକ, ନବଳିନ୍ଦୁ ମୈତ୍ରୀ, ସମାଜସେବୀ ଅମରେନ୍ଦ୍ର ମହାକୁଳ, ସୁନୀଲ ବାଘାର, ରଂଜନ ଅମାତଙ୍କ ସମେତ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ। ଏପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଗ୍ରାମବାସୀମାନେ ପ୍ରଶଂସା କରିଥିଲେ।
Comments are closed.