ଚୌଦ୍ୱାର କଲେଜରେ ପହଞ୍ଚିଲା +୨ ପ୍ରଶ୍ନପତ୍ର
ଚୌଦ୍ୱାର : ଆସନ୍ତା ମାସ ୧ ତାରିଖରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେଉ ଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବିଭିନ୍ନ ମହାବିଦ୍ୟାଳୟକୁ ହବ୍ ସେଣ୍ଟର କରି କଡା ସୁରକ୍ଷା ଭିତରେ ପ୍ରଶ୍ନପତ୍ର ପଠାଯାଇଛି । ଚୌଦ୍ୱାର ମହାବିଦ୍ୟାଳୟ ୭ଟି ମହାବିଦ୍ୟାଳୟର ନୋଡାଲ ହବ୍ ସେଣ୍ଟର ହୋଇଥିବାରୁ ପ୍ରଶ୍ନପତ୍ରକୁ କଡା ସୁରକ୍ଷା ଭିିତରେ ଏଠାରେ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶ୍ନପତ୍ର ରଖାଯାଇଥିବା ଗୃହକୁ ସିସିଟିଭି ନଜରରେ ରଖାଯିବା ସହିତ ୨୪ଘଣ୍ଟିଆ ପୁଲିସ ପହରା ବ୍ୟବସ୍ଥା କରାଯାଇଥିବା ଅଧ୍ୟକ୍ଷ ଡ.ଉମେଶ ଚନ୍ଦ୍ର ଦେବତା ପ୍ରକାଶ କରିଛନ୍ତି । ଏହି ନୋଡାଲ ହବ ସେଣ୍ଟର ଅଧିନରେ ଅଂଚଳର ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୦୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସେଥି ମଧ୍ୟରୁ ବିଜ୍ଞାନରେ ୭୪୭, କଳାରେ ୧୨୩୧ ଓ ବାଣିଜ୍ୟରେ ୯୪ଜଣ ପରୀକ୍ଷାର୍ଥୀ ଥିବା ଜଣାପଡିିଛି । ବିଷୟ ସୂଚୀ ଅନୁଯାୟୀ ପ୍ରଶ୍ନପତ୍ରକୁ କଡା ସୁରକ୍ଷା ଭିତରେ ନିଆଯାଇ ନିର୍ଦ୍ଧାରିତ ସମୟ ପୁର୍ବରୁ ପରୀକ୍ଷା କେନ୍ଦ୍ର ମାନଙ୍କରେ ଥିବା ପରୀକ୍ଷା ମୁଖ୍ୟ ପରିଚାଳକଙ୍କୁ ହସ୍ତାନ୍ତର କରାଯିବ ବୋଲି ଡ. ଦେବତା ସୁଚନା ଦେଇଛନ୍ତିି । ଚଳିତ ବର୍ଷ ଚୌଦ୍ୱାର ମହାବିଦ୍ୟାଳୟରେ ମୋଟ ୭୮୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଡେପୁଟି ସୁପରିଟେଣ୍ଡେଣ୍ଟ ସୁମନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।
Comments are closed.