www.samajalive.in
Monday, December 8, 2025
16.1 C
Bhubaneswar

ପିପିଲି ବ୍ଲକ ପରିଦର୍ଶନ କଲେ ୧୨ଟି ରାଜ୍ୟର ପଞ୍ଚାୟତ ଜନ ପ୍ରତିନିଧି

ପିପିଲି : ଦେଶର ୧୨ଟି ରାଜ୍ୟର ପଞ୍ଚାୟତ ଜନ ପ୍ରତିନିଧିମାନେ ରବିବାର ପିପିଲି ବ୍ଲକ୍‌କୁ କ୍ଷେତ୍ର ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ। ଏଥିସହ ବ୍ଲକ ପରିସରରେ ଥିବା ‘ମିଲେଟ୍‌ ଡିଲାଇଟ୍‌’ ଠାରେ ମାଣ୍ଡିଆ ପଣା ପିଇ ଜନ ପ୍ରତିନିଧିମାନେ ଖୁସିବ୍ୟକ୍ତ କରିଥିଲେ।
ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଉପରେ ରାଜଧାନୀ ଭୁବନେଶ୍ୱର ଠାରେ ଚାଲିଥିବା ୩ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାର ତୃତୀୟ ଦିବସରେ କ୍ଷେତ୍ର ପ୍ରଦର୍ଶନ କରିବାକୁ ୧୨ଟି ରାଜ୍ୟର ପଞ୍ଚାୟତ ଜନ ପ୍ରତିନିଧିମାନେ ପିପିଲି ବ୍ଲକକୁ ପରିଦର୍ଶନରେ ଆସିଥିଲେ। ଗୁଜରାଟ, ଜାମ୍ମୁ କାଶ୍ମୀର, ଗୋଆ, କେରଳ, ଝାଡଖଣ୍ଡ, ହିମାଞ୍ଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ, ଦାଦର ନଗର, ହାଭେଳି, ହରିଆନା ସମେତ ମୋଟ୍‌ ୧୨ଟି ରାଜ୍ୟର ବିଭିନ୍ନ ପଞ୍ଚାୟତର ମୋଟ୍‌ ୧୪୧ ଜଣ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ ଓ ଜିଲା ପରିଷଦ ଅଧ୍ୟକ୍ଷ ମାନେ ରବିବାର ପୂର୍ବାହ୍ନରେ ପିପିଲି ବ୍ଲକକୁ ପରିଦର୍ଶନରେ ଆସିଥିଲେ। ସେଠାରେ ପିପିଲି ବିଡିଓ ରଶ୍ମିତା ନାଥ, ଅତିରିକ୍ତ ବିଡିଓ ଶୈଳବାଳା ତ୍ରିପାଠୀ, ଜିପିଇଓ ଗାୟତ୍ରୀ ପଣ୍ଡା, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ମଲ୍ଲିକ, ଧରଣୀଧର ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ ପ୍ରମୁଖ ସେମାନଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସଂବର୍ଦ୍ଧିତ କରିବା ସହ ବ୍ଲକ ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ। ପିପିଲି ବ୍ଳକରେ କାର୍ଯ୍ୟକାରୀ ହୋଇଥିବା ଓ ନିମାଣାଧିନ ବିଭିନ୍ନ ସରକାରୀ ପ୍ରକଳ୍ପ ଓ ଯୋଜନା ସଂପର୍କିତ ପ୍ରସ୍ତୁତ ଏକ ଛୋଟ ଭିଡିଓ ମାଧ୍ୟମରେ ବିଡିଓ ଶ୍ରୀମତୀ ନାଥ ସେମାନଙ୍କୁ ବିଶଦ ସୂଚନା ଦେଇଥିଲେ । ପରେ ଏହି ପଞ୍ଚାୟତ ଜନ ପ୍ରତିନିଧିମାନେ ବ୍ଲକ ପରିସରରେ ଥିବା ‘ମିଶନ ଶକ୍ତି କାଫେ’କୁ ପରିଦର୍ଶନ କରିବା ଅବସରରେ ସେଠାରେ ଖାଦ୍ୟର ପ୍ରସ୍ତୁତି, ମାନ ଓ ଗୁଣବତ୍ତା ସଂପର୍କରେ ଅନୁଧ୍ୟାନ କରିବା ସହ ‘କାଫେ’କୁ ଉଚ୍ଚ ପ୍ରଶଂସା କରିଥିଲେ। ବ୍ଲକ ପରିସରରେ ଥିବା ‘ମିଲେଟ୍‌ ଡିଲାଇଟ୍‌’କୁ ସେମାନେ ପରିଦର୍ଶନ କରିଥିବା ବେଳେ ମିଶନ ଶକ୍ତିର ସଦସ୍ୟା ମାନେ ସେମାନଙ୍କୁ ମାଣ୍ଡିଆ ପଣାରେ ଆପ୍ୟାୟିତ କରିଥିଲେ। ମାଣ୍ଡିଆ ପଣାର ସ୍ୱାଦକୁ ସେମାନେ ଭୁରି ଭୁରି ପ୍ରଶଂସା କରିଥିଲେ।

- Advertisement -

ଏହା ପରେ ସମସ୍ତେ ହାଟସାହି ପଞ୍ଚାୟତର ଗ୍ରାମୀଣ ଉଦ୍ୟାନ, ପୁଷ୍କରିଣୀ, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ୫-ଟି ତତ୍ତ୍ୱାବଧାନରେ ରୂପାନ୍ତରିତ ହୋଇଥିବା ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲକୁ ପରିଦର୍ଶନ କରିଥିଲେ। ସେଠାକାର ସ୍ମାର୍ଟ କ୍ଲାସରୁମ, ଅତ୍ୟାଧୁନିକ ବିଜ୍ଞାନାଗାର, ଲାଇବ୍ରେରୀ, ଖେଳପଡିଆ ଆଦିକୁ ସେମାନେ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ। ସେଠାରେ ପଞ୍ଚାୟତ ପକ୍ଷରୁ ନିର୍ମିତ ଗ୍ରାମୀଣ ବ୍ୟାୟାମଶାଳା ଓ ଲାଇବ୍ରେରୀକୁ ସେମାନେ ବୁଲି ଦେଖିବା ପରେ ଦୁର୍ଗାଦାଶପୁର ପଞ୍ଚାୟତର କଲ୍ୟାଣମଣ୍ଡପ, ଗ୍ରାମୀଣ ହାଟ, ଲାଇବ୍ରେରୀ ଓ ଗ୍ରାମୀଣ ପାର୍କକୁ ଏହି ୧୨ଟି ରାଜ୍ୟର ପଞ୍ଚାୟତ ଜନ ପ୍ରତିନିଧିମାନେ ପରିଦର୍ଶନ କରିଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ସେମାନେ ପୁରୀ ଅଭିମୁଖେ ଯାଇଥିଲେ। ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହ କେନ୍ଦ୍ରୀୟ ଅଧିକାରୀ ଗୋବିନ କୁମାର ବଂଶଲ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର(ଏସ୍‌ଆଇଆର୍‌ଡି) ଅର୍ଥ ବିଭାଗ ପ୍ରଶିକ୍ଷକ ବ୍ରଜକିଶୋର ପଣ୍ଡା, ତାପସ ରଞ୍ଜନ ସାହୁ, ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ସ୍ନେହଲତା ନାୟକ, ବ୍ଲକର ସହକାରୀ ଯନ୍ତ୍ରୀ ବସନ୍ତ କୁମାର ସାହୁ, ଏଇଇ ସୁଚିସ୍ମିତା ବେହେରା, କର୍ମଚାରୀ ସାରଦାନନ୍ଦ ପ୍ରଧାନ, ଜିପିଇଓ ଗାୟତ୍ରୀ ପଣ୍ଡା, ଏପିଓ ସିକ୍ତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories