ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣକୁ ନେଇ ନିୟମିତ ପେଟ୍ରୋଲିଂ ସମୟରେ ବିପୁଳ ମାତ୍ରାରେ ଗଞ୍ଜେଇ, ଗାଡି ଓ ଚାଲାଣକାରୀ ଧରା ପଡୁଛନ୍ତି। ଏହି କ୍ରମରେ ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ପେଟ୍ରୋଲିଂ ସମୟରେ ସହରର ଉପକଣ୍ଠସ୍ଥ ଲରାସରା ଗ୍ରାମ ନିକଟରେ ଏକ ସନ୍ଦିଗ୍ଧ କାକୁ ଧରିଥିଲେ। ଯାଞ୍ଚ ସମୟରେ ଲୁକ୍କାୟିତ ଭାବରେ ରଖାଯାଇଥିବା ୩୦ କିଗ୍ରା ଗଞ୍ଜେଇ ଜବତ ହୋଇଥିଲା। ଗାଡିରେ ଯାତ୍ରା କରୁଥିବା ବୌଦ୍ଧ ଜିଲା କିରାସିରା ନିବାସୀ ପଞ୍ଚାନନ ବେହେରା, ବିହାର ରାଜ୍ୟର ବେଗୁସରାଇ ଜିଲା ସାହାପୁର ନିବାସୀ ବିଟ୍ଟୁ ଯାଦବ ଓ ମହିଳା ରାଧା ଦେବୀ ଙ୍କୁ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ଉ ଦଳରେ ଇନିସ୍ପକେଟର ଶଶିକାନ୍ତ ଦତ୍ତା, ଦିଲ୍ଲୀପ ଶତପଥୀ, ଚନ୍ଦନ ନାୟକ, ଦେବେନ୍ଦ୍ର ପ୍ରଧାନ, ସଞ୍ଜୟ ଦାସ, ଅଜୟ ବେହେରା, ପ୍ରତିମା କେରକେଟା ସାମିଲ ରହିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ଅଦାଲତକୁ ଚାଲାଣ କରାଯାଇଛି।
Popular Categories


