ୟୁଟ୍ୟୁବ୍ର ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ- ଏହି ସବୁ ବୈଶ୍ୱିକ କମ୍ପାନୀର ମୁଖ୍ୟ ହେଉଛନ୍ତି ଭାରତୀୟ
ନୂଆଦିଲ୍ଲୀ – ଭାରତୀୟ ବଂଶୋଦ୍ଭବ ଏବେ ସାରା ବିଶ୍ୱରେ ବହୁ ବଡ ପଦ ପଦବୀରେ ରହିଛନ୍ତି । ଅନେକ ବୈଶ୍ୱିକ କମ୍ପାନୀ ବା ଅନ୍ତର୍ଜାତୀୟ କମ୍ପାନୀର ମୁଖ୍ୟ ଭାବେ ଏମାନେ ଅବସ୍ଥାପିତ । ଗୁଗୁଲର ମୁଖ୍ୟ ସୁନ୍ଦର ପିଚାଇଙ୍କୁ ଅନେକ ଜାଣନ୍ତି । ମାଇକ୍ରୋସଫ୍ଟର ମୁଖ୍ୟ ଭାବେ ସତ୍ୟ ନାଦେଲ୍ କାର୍ଯ୍ୟ ତୁଲାଇଛନ୍ତି ।
ଭାରତୀୟ ବଂଶୋଦ୍ଭବ ନୀଲ୍ ମୋହନଙ୍କୁ ୟୁଟ୍ୟୁବର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ସୁସାନ୍ ଓ୍ୱେଜସିକି ୟୁଟ୍ୟୁବର ମୁଖ୍ୟ ଥିଲେ । ସେ ଏହି ପଦରୁ ଓହରିଯାଇଥିବା କଥା ସୂଚନା ଦେଇଛନ୍ତି । ବାଟାର ମୁଖ୍ୟ ଭାବେ ସନ୍ଦୀପ କାଟାରିଆ ଏବଂ ଶନୈଲ୍ର ମୁଖ୍ୟଭାବେ ଲୀନା ନାୟର କାର୍ଯ୍ୟ ତୁଲାଉଛନ୍ତି ।
Comments are closed.